ରିପୋର୍ଟ କାର୍ଡ / ମୁମ୍ବାଇ
ବଲିଉଡ ଅଭିନେତା ରଣବୀର କପୁର ନଗ୍ନ ଫଟୋ ଶେୟାର କରିବା ହଙ୍ଗାମା ପଡିଛି । ବିଭିନ୍ନ ମହଲରେ ଏହାକୁ ନିନ୍ଦା କରାଯାଇଥିବା ବେଳେ କେତେକ ରଣବୀରଙ୍କୁ ସମାଲୋଚନା କରିଛନ୍ତି। ହେଲେ ଏବେ ଏହି ଘଟଣା ଥାନାରେ ପହଞ୍ଚିଛି। ରଣବୀର ମହିଳାଙ୍କୁ ଭାବବେଗକୁ ଆହତ ପହଞ୍ଚାଇଥିବା ଅଭିଯୋଗ କରି ମୁମ୍ବାଇର ଏକ ଥାନାରେ ମାମଲା ରୁଜୁ ହୋଇଥିବା ଜଣାପଡିଛି । ତେବେ ମାମଲା କିଏ କରିଛନ୍ତି ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ଏକ ମେଗାଡଜିନ ଓ ପେପର ପାଇଁ ନ୍ୟୁଡ୍ ଫଟୋ ଶୁଟ୍ କରିଥିଲେ ବଲିଉଡ ଅଭିନେତା ରଣବୀର । ଆମେରିକୀୟ ଅଭିନେତା ବର୍ଟ ରିନୋଲ୍ଡସ ମଧ୍ୟ ଏଭଳି ଏକ ଫଟୋ ଶୁଟ୍ କରିଥିଲେ। ବର୍ଟଙ୍କ ଠାରୁ ଅନୁପ୍ରାଣିତ ହୋଇ ଏହି ଫଟୋ ଶୁଟ୍ କରାଯାଇଥିବା ସୂଚନା ମିଳିଛି।
More Stories
ପରଲୋକରେ ମନୋଜ କୁମାର….
ଅଭିନେତା ଉତ୍ତମ ମହାନ୍ତି ହସ୍ପିଟାଲ୍ରେ ଭର୍ତ୍ତି….
ସୋନୁ ସୁଦ୍ଙ୍କ ନାଁରେ ଗିରଫ ପରଓ୍ବାନା ଜାରି…..