ରିପୋର୍ଟ କାର୍ଡ / ଝାରସୁଗୁଡା
ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ଼ ଘଟଣାକୁ ନେଇ ବ୍ରଜରାଜନଗର ଥାନା ଅଧିକାରୀ ପ୍ରଦ୍ୟୁମ୍ନ ସ୍ୱାଇଁ ଏତଲା ଦେଇଛନ୍ତି | କେସ୍ ନଂ-୩୪ରେ ଆଇପିସିର ଧାରା ୩୦୭ ଓ ଆର୍ମସ୍ ଆକ୍ଟ (୨୭) ୧ ରେ ମାମଲା ରୁଜୁ ହୋଇଥିବା ସୂଚନା ରହିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁଳି ମାରିଥିବା ଗୋପାଳ ଦାସଙ୍କୁ ଗତକାଲି ଟ୍ରାଫିକ କ୍ଲିଅରାନ୍ସ ଡିଉଟି ଦିଆଯାଇଥିଲା। ନବ ଦାସଙ୍କ ଗସ୍ତ ପାଇଁ ଅନ୍ୟ ପୋଲିସ ଅଧିକାରୀଙ୍କୁ ମଧ୍ୟ ଦିଆ ଯାଇଥିଲା ଭିନ୍ନ ଭିନ୍ନ ଡିଉଟି। ନବ ଦାସ ୧୨ଟା ୧୫ ମିନିଟ୍ ପାଖାପାଖି ସେହି ସ୍ଥାନରେ ପହଞ୍ଚିବା ପରେ ଗୋପାଳ ନିଜ ଡିଉଟି ଛାଡ଼ି ତାଙ୍କ ନିକଟକୁ ଯାଇ ଗୁଳି ମାରିଥିଲେ। ନବଙ୍କୁ ଗୁଳି ମାରିବା ପରେ ତାଙ୍କୁ ବ୍ରଜରାଜନଗର ଥାନା ଅଧିକାରୀ ପ୍ରଦ୍ୟୁମ୍ନ ସ୍ୱାଇଁ ରାମପୁର ପୋଲିସ ଆଉଟ ପୋଷ୍ଟ କନେଷ୍ଟବଳ କେ ସି ପ୍ରଧାନ କାବୁ କରିବାକୁ ଚେଷ୍ଟା କରିଥିଲେ। ସେହି ସମୟରେ ଗୋପାଳ ଆଉ ଦୁଇ ରାଉଣ୍ଡ ଫାୟାରିଂ କରିଥିଲା। ଆଉ ଦୁଇ ରାଉଣ୍ଡ ଫାୟାରିଂରେ କଳିଙ୍ଗ ନଗର ବାସିନ୍ଦା ଜୀବନଲାଲ ନାୟକ ନାମକ ଜଣେ ବ୍ୟକ୍ତି ଆହତ ହୋଇଥିବା ବେଳେ ଆଇଆଇସିଙ୍କ ଆଙ୍ଗୁଳିରେ ଗୁଳି ଲାଗିଥିଲା। ଏନେଇ ଗୋପାଳ ଦାସଙ୍କ ନାଁରେ ବ୍ରଜରାଜନଗର ଥାନାରେ ଆଇଆଇସିଙ୍କ ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ କରାଯାଇଛି |






More Stories
କଂଗ୍ରେସ ଛାଡିଲେ ଜୟରାମ…..
ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ…..
୧୬ରେ ରାଜ୍ୟସଭା ନିର୍ବାଚନ…..