Report Card Odisha

| Daily Odia News

ଜଳିଗଲା ଓଡ଼ିଶା ଆସୁଥିବା ଯାତ୍ରୀବାହୀ ବସ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଗତକାଲି ରାତିରେ ପଶ୍ଚିମବଙ୍ଗର ଖଡ଼ଗପୁର ଗ୍ରାମୀଣ ଥାନା ମାଦପୁର ନିକଟରେ ଏକ ବସରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବା ଜଣାଯାଇଛି। ଏହି ଅଗ୍ନିକାଣ୍ଡରେ ଓଡ଼ିଶାର ଜଣେ ମହିଳା ଜୀବନ୍ତ ଦଗ୍ଧ ହୋଇ ଯାଇଥିବା ଜଣାଯାଇଛି। ମୃତକଙ୍କ ନାଁ ପୁଷ୍ପାଞ୍ଜଳି ଦାସ । ତାଙ୍କ ଘର କେନ୍ଦ୍ରାପଡା ଜିଲ୍ଲା ନୋଳିଆ ଗାଁରେ । ତାଙ୍କ ସ୍ୱାମୀ କୋଲକତାରେ ଚାକିରି କରିଥିଲେ । ମହିଳାଜଣକ କୋଲକତାରେ ରହୁଥିବା ବେଳେ ଦୀପାବଳି ପାଇଁ ନିଜ ସ୍ୱାମୀ ଓ ପୁଅଙ୍କ ସହ ଘରକୁ ଯାଉଥିବା ବେଳେ ଏହି ଅଗ୍ନିକାଣ୍ଡରେ ସମ୍ପୂର୍ଣ୍ଣ ଜଳି ଯାଇଛନ୍ତି। ନିଆଁ ଲାଗିଥିବା ବସରେ ସମୁଦାୟ ୩୮ଜଣ ଯାତ୍ରୀ ଥିଲେ । ସେମାନଙ୍କ ମଧ୍ୟରୁ ୩୧ ଜଣ ଓଡିଶାର ଥିବା ସୂଚନା ମିଳିଛି । କେନ୍ଦ୍ରାପଡାର ୧୬, ଯାଜପୁରର ୬ ଓ ପାରାଦୀପର ୨ଜଣ ଯାତ୍ରୀ ଅଛନ୍ତି। ଅଗ୍ନିକାଣ୍ଡ ପରେ ଆହତମାନଙ୍କୁ ଉଦ୍ଧାର କରାଯାଇ ମେଦିନାପୁର ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ଓ ଖଡପୁର ଗ୍ରାମୀଣ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

Breaking News