ରିପୋର୍ଟ କାର୍ଡ/ ଭୁବନେଶ୍ୱର
ଲୋକସେବା ଭବନରେ ଅଗ୍ନିକାଣ୍ଡ ଘଟିଛି। ରାଜସ୍ୱ ବିଭାଗ କୋଠାର ପ୍ରଥମ ମହଲାରେ ନିଆଁ ଲାଗି ଯାଇଥିଲା। ଅଗ୍ନିଶମ କର୍ମଚାରୀ ତୁରନ୍ତ ନିଆଁକୁ ଆୟତ୍ତ କରିଥିଲେ । ଏସି ସର୍ଟ ସର୍କିଟରୁ ନିଆଁ ଲାଗି ଥିବା ନେଇ ସୂଚନା ମିଳିଛି। ଅଗ୍ନିକାଣ୍ଡରେ କୌଣସି କାଗଜପତ୍ର ନଷ୍ଟ ହୋଇ ନାହିଁ। ରାଜସ୍ୱ ବିଭାଗ ଅତିରିକ୍ତ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ପକ୍ଷରୁ ଏନେଇ ସୂଚନା ମିଳିଛି






More Stories
ମୁଖ୍ୟମନ୍ତ୍ରୀଙ୍କୁ ସୁଆଦ ବିଞ୍ଝାରପୁର ଦେଶୀଗାଈ କ୍ଷୀର…..
ସାଢ଼େ ୬ ଘଣ୍ଟା ପରେ ନଦୀରୁ ବାହାରିଲା କାର……
ମଣ୍ଡି ଦାୟିତ୍ଵରେ ରହିବେ ମନ୍ତ୍ରୀ…..