Report Card Odisha

| Daily Odia News

ପୁରୀରେ ପୁଣି ଅଗ୍ନିକାଣ୍ଡ…..

ରିପୋର୍ଟ କାର୍ଡ / ପୁରୀ

ଶ୍ରୀକ୍ଷେତ୍ରରେ ବାରମ୍ବାର ଅଗ୍ନିକାଣ୍ଡ ଘଟୁଛି । ଗୋଟିଏ ଅଗ୍ନିକାଣ୍ଡର ଧୂଆଁ ଥମି ନଥିବା ବେଳେ ଏବେ ଆଉ ଗୋଟେ ଅଗ୍ନିକାଣ୍ଡ ଘଟିଛି | ଆଜିକୁ ମିଶାଇ ଏହା ୩ ଥର ଅଗ୍ନିକାଣ୍ଡ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ପୁଣି ଶନିବାର ସକାଳେ ପୁରୀରେ ରେଳ ଷ୍ଟେସନ ନିକଟ ଆଶ୍ରମ ଛକରେ ଅଗ୍ନିକାଣ୍ଡ ଘଟିଛି । ଅଳିଆ ଗଦାରେ ନିଆଁ ଲାଗି ହୁତୁ ହୁତୁ ହୋଇ ଜଳୁଛି । ଘଟଣାସ୍ଥଳରେ ଦମକଳବାହିନୀ ପହଞ୍ଚି ନିଆଁକୁ ଅୟତ୍ତ କରିବାକୁ ଚେଷ୍ଟା ଜାରି ରଖିଛନ୍ତି । ଏପର୍ଯ୍ୟନ୍ତ ନିଆଁକୁ ଆୟତ୍ତ କରାଯାଇନାହିଁ । ତେବେ କିଭଳି ଓ କେଉଁ ପରିସ୍ଥିତିରେ ନିଆଁ ଲାଗିଲା ତାହାର କୌଣସି ପତ୍ତା ମିଳିନାହିଁ । ଗତକାଲି ପୁରୀର ନିଳାଦ୍ରୀ କମ୍ପ୍ଲେକ୍ସର ହାଣ୍ଡଲୁମ ଶୋ’ ରୁମରେ ନିଆଁ ଲାଗିଥିବା ଜଣାପଡ଼ିଛି । ତେବେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଥିବା ବେଳେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଉପସ୍ଥିତ ରହି ନିଆଁ ଲିଭା କାର୍ଯ୍ୟ ଜାରି ରଖିଥିଲେ । ଏହା ପୂର୍ବରୁ ଗତ ୮ ତାରିଖ ରାତି ପାଖାପାଖି ୭ଟା ସମୟରେ ପୁରୀ ବଡ଼ଦାଣ୍ଡ ସ୍ଥିତ ସମ୍ରାଟ ମାର୍କେଟ କମ୍ପ୍ଲେକ୍ସର ତଳ ମହଲାରେ ନିଆଁ ଲାଗିଯାଇଥିଲା ।

Breaking News