Report Card Odisha

| Daily Odia News

କେଶରୀ ମଲରେ ଅଗ୍ନିକାଣ୍ଡ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

କେଶରୀ ମଲରେ ଅଗ୍ନିକାଣ୍ଡ ଘଟିଛି । ନିଆଁ ଲାଗିବାର ପ୍ରାୟ ସାଢ଼େ ୩ଘଣ୍ଟା ପର୍ଯ୍ୟନ୍ତ ସମ୍ପୃକ୍ତ ଅଞ୍ଚଳରେ ଧୂଆଁ ହୋଇଥିଲା । ନିଆଁ ପ୍ରାୟ ୧୨ଟା ୪୦ରେ ନିୟନ୍ତ୍ରଣକୁ ଆସିଥିବାବେଳେ ପ୍ରାୟ ୨ଟା ବେଳେ ଧୂଆଁ କମିଥିଲା। ଅଗ୍ନିଶମ କର୍ମଚାରୀଙ୍କ ଅକ୍ଳାନ୍ତ ପରିଶ୍ରମ ଯୋଗୁଁ ନିଆଁ ନିୟନ୍ତ୍ରଣକ କରାଯାଇଥିଲା । ମଲ୍‌ରେ ଥିବା ଅଜୟ ଗାର୍ମେଣ୍ଟ ସମ୍ପୂର୍ଣ୍ଣ ପୋଡ଼ି ପାଉଁଶ ହୋଇଯାଇଛି । ଦୋକାନ ମାଲିକ ଅଜୟ ସାହା ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ । ଅଗ୍ନିକାଣ୍ଡରେ ତାଙ୍କର ପାଖାପାଖି ୩୫ଲକ୍ଷ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଛି। ନିଆଁ ଲିଭାଇବାରେ ବାଧକ ସାଜିଥିଲା ଅତ୍ୟଧିକ ଧୂଆଁ । ନିୟୋଜିତ ଅଗ୍ନିଶମ କର୍ମଚାରୀ ଅତ୍ୟଧିକ ଧୂଆଁ ହେବାରୁ କଷ୍ଟ ଅନୁଭବ କରିଥିଲେ। ସେମାନେ ଅକ୍ସି‌ଜେନ ସଂଯୋଗ କରି ଦୋକାନ ଭିତରେ ପ୍ରବେଶ କରିଥିଲେ। ଅଗ୍ନିଶମ କର୍ମଚାରୀ ସିଲିଂ ଭାଙ୍ଗି ନିଆଁ ଲିଭାଇଥିବା ନେଇ ସୂଚନା ମିଳିଛି ।

 

Breaking News