Report Card Odisha

| Daily Odia News

ଓଏସଆରଟିସି ବସରେ ନିଆଁ…..

ରିପୋର୍ଟ କାର୍ଡ / କୋରାପୁଟ

କୋରାପୁଟ ପଟ୍ଟାଙ୍ଗି ବ୍ଲକର ସୁଙ୍କି ସୀମାନ୍ତ ସାଲୁର ଦୁର୍ଗା ମନ୍ଦିର ଘାଟିରେ OSRTC ବସରେ ନିଆଁ। ହୁତୁ ହୁତୁ ହୋଇ ଜଳିଗଲା ବସ। ବସଟି ବିଶାଖାପାଟଣାରୁ ଜୟପୁର ଆସୁଥିବା ବେଳେ ସାଲୁର ଘାଟି ଉପରେ ସର୍ଟସର୍କିଟ ଯୋଗୁ ବସରେ ନିଆଁ ଲାଗିଥିଲା। ବସରେ ନିଆଁ ଲାଗିବା ଦେଖି ଡ୍ରାଇଭର ବସଟିକୁ ଘାଟି ଉପରେ ରଖି ଯାତ୍ରୀମାନଙ୍କୁ ଓହ୍ଲାଇ ଦେଇଥିଲେ। ସଙ୍ଗେ ସଙ୍ଗେ ସାଲୁର ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା। ସାଲୁର ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି।

Breaking News