ରିପୋର୍ଟ କାର୍ଡ / ଭୋପାଳ
ମଧ୍ୟପ୍ରଦେଶର ଭୋପାଳସ୍ଥିତ କମଳା ନେହେରୁ ହସ୍ପିଟାଲର ଶିଶୁ ରୋଗ ବିଭାଗରେ ଅଗ୍ନିକାଣ୍ଡ ଘଟି ୪ ଜଣ ଶିଶୁ ଙ୍କର ମୃତ୍ୟୁ ହୋଇଛି ।ହସ୍ପିଟାଲରେ ୪୦ଜଣ ଶିଶୁ ଚିକିତ୍ସିତ ହେଉଥିଲେ। ତେବେଓ ୩୬ ଜଣ ନିରାପଦ ଥିବା ଡାକ୍ତରୀ ଶିକ୍ଷ ବିଭାଗ ମନ୍ତ୍ରୀ ବିଶ୍ୱାସ ସାରଙ୍ଗ ଜଣାଇଛନ୍ତି । ରାଜ୍ୟ ସରକାର ପ୍ରତ୍ୟେକ ମୃତ ଶିଶୁଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସର୍ବସାଧାରଣ ସ୍ୱାସ୍ଥ୍ୟ ଓ ଡାକ୍ତରୀ ଶିକ୍ଷା ବିଭାଗ ଏସସିଏସ ମହମ୍ମଦ ସୁଲେମାନ ଘଟଣାର ତଦନ୍ତ କରିବେ । ମୁଖ୍ୟମନ୍ତ୍ରୀ ଘଟଣା ନେଇ ଶୋକ ପ୍ରକାଶ କରିଛନ୍ତି ଓ ଆହତମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ।






More Stories
ଅନିଲଙ୍କ ସମ୍ପତ୍ତି ବାଜ୍ୟାପ୍ତ କଲା ED, ରହିଛି ଭୁବନେଶ୍ୱର ଲିଙ୍କ୍…..
ତୁରନ୍ତ ରୋକନ୍ତୁ ଏସଆଇଆର୍…..
ଶପଥ ସମାରୋହରେ ଗାମୁଛା ଉଡ଼ାଇଲେ ମୋଦି…..