ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ତାମିଲନାଡୁ ମଦୁରାଇ ଷ୍ଟେସନ ନିକଟରେ ଏକ ଟ୍ରେନ୍ରେ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୯ ଯାତ୍ରୀ ଜୀବନ୍ତ ଜଳିଯାଇଥିବା ବେଳେ ୨୦ ଜଣ ଗୁରୁତର ହୋଇଛନ୍ତି। କିଛି ଯାତ୍ରୀ ଟ୍ରେନ୍ରେ ଅବୈଧ ଭାବେ ଗ୍ୟାସ୍ ସିଲିଣ୍ଡର ନେଇ ଯାଉଥିବା ବେଳେ ତାହା ଫାଟି ଏହି ଅଗ୍ନିକାଣ୍ଡ ହୋଇଥିବା ଜଣାଯାଇଛି | ଉତ୍ତରପ୍ରଦେଶର ଲକ୍ଷ୍ନୌରୁ ରାମେଶ୍ୱରମ ଯାଉଥିବା ଟ୍ରେନ୍ ତାମିଲନାଡ଼ୁର ମଦୁରାଇ ଷ୍ଟେସନ ଜଙ୍କସନ୍ରେ ଅଟକିଥିଲା। ସେଠାରେ ନିଆଁ ଟ୍ରେନ୍ର ଗୋଟିଏ ପରେ ଗୋଟିଏ ବଗିକୁ ମାଡ଼ି ଯାଇଥିଲା। ଖବର ପାଇ ଦମକଳ ବାହିନୀ ଷ୍ଟେଶନରେ ପହଞ୍ଚି ପ୍ରାୟ ୨ ଘଣ୍ଟାର ପରିଶ୍ରମ ପରେ ନିଆଁକୁ କାବୁ କରାଯାଇଥିଲା। ଏହି ଦୁର୍ଘଟଣାରେ ୯ ଜଣ ଜୀଅନ୍ତା ଜଳି ଯାଇଥିବା ବେଳେ ୨୦ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବହୁ ଯାତ୍ରୀ ପ୍ରାଣ ବିକଳରେ ଟ୍ରେନ୍ରୁ ଡେଇଁ ନିଜ ଜୀବନ ରକ୍ଷା କରି ପାରିଛନ୍ତି। ରେଳୱେ ଅଧିକାରୀ ସୂଚନା ଅନୁସାରେ-ଟ୍ରେନ୍ରେ କିଛି ଯାତ୍ରୀ ଗ୍ୟାସ୍ ସିଲିଣ୍ଡର ନେଇ ଯାଉଥିବା ବେଳେ କୌଣସି କାରଣରୁ ଗ୍ୟାସ୍ ଲିକ୍ ହୋଇ ନିଆଁ ଲାଗିଯାଇଥିଲା






More Stories
ଏନଡିଏ ବୈଠକରେ ମୋଦୀଙ୍କୁ ଭବ୍ୟ ସ୍ୱାଗତ…..
ଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଇଲେ ମୋଦୀ…..
EV କିଣୁଥିବା ଗ୍ରାହକ ଖୁସି!…..