Report Card Odisha

| Daily Odia News

ଜେଲରେ ଭୟଙ୍କର ଅଗ୍ନିକାଣ୍ଡ, ୫୧ କଏଦୀ ମୃତ,୨୪ ଗୁରୁତର……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଜେଲରେ ଘଟିଯାଇଛି ଭୟଙ୍କର ଅଗ୍ନିକାଣ୍ଡ । ଏଭଳି ଘଟଣା ଘଟିଛି ପଶ୍ଚିମ କଲମ୍ବିଆର ତୋଲୁଆ ସହରରେ | ମଙ୍ଗଳବାର ହୋଇଥିବା ଏହି ଅଗ୍ନିକାଣ୍ଡରେ ୫୧ଜଣ କଏଦୀ ଜୀବନ୍ତ ଦଗ୍ଧ ହେବା ସହ ୨୪ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି । ଗରୁତରଙ୍କ ମଧ୍ୟରେ ଜେଲର ସୁରକ୍ଷା କର୍ମଚାରୀ ଥିବା ଜଣା ପଡିଛି। କଲମ୍ବିଆର ନ୍ୟାୟମନ୍ତ୍ରୀ ୱିଲସନ ରୁଇସ ସୂଚନା ଦେଇ କହିଛନ୍ତି କଏଦୀଙ୍କମଧ୍ୟରେ କୌଣସି କାରଣରୁ ଗଣ୍ଡଗୋଳ ଆରମ୍ଭ ହୋଇଥିଲା । ଏହି ବିବାଦ ମଧ୍ୟରେ ଜଣେ କଏଦୀ ଗଦିରେ ନିଆଁ ଲଗାଇଥିଲା ଯାହା ଫଳରେ ଅଗ୍ନି ଜେଲ ସାରା ବ୍ୟାପିଥିଲା । ନିଆଁର ପ୍ରକୋପ ଏତେ ଅଧିକ ଥିଲା ଯେ ଏହାକୁ ଆୟତ୍ତ କରାଯାଇ ପାରିଲା ନାହିଁ । ଅଗ୍ନିଶମ ବିଭାଗ ପହଞ୍ଚିବା ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ ଜେଲ କର୍ମଚାରୀ । ପରେ ଅଗ୍ନିଶମ ବିଭାଗ ବହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ରୁଇସଙ୍କ ଅନୁସାରେ ଏହି ଜେଲରେ ଥିବା କଏଦୀମାନେ ଛୋଟ ଅପରାଧରେ ଏଠାକୁ ଆସିଥାନ୍ତି । ଯେଉଁ ଜେଲରେ ଅଗ୍ନିକାଣ୍ଡ ଘଟିଥିଲା ତାହା କ୍ଷମତାରୁ ୧୭ ପ୍ରତିଶତ ଅଧିକ ଥିଲା । ଯାହ ଦ୍ୱାରା ଏହା ଦେଶରେ ସବୁଠାରୁ କମ କଏଦୀ ଥିବା ଜେଲରେ ପରିଣତ ହୋଇଛି । କଏଦୀମାନଙ୍କ ମଧ୍ୟରେ ପୂର୍ବରୁ ଏପରି ଗଣ୍ଡଗୋଳ ହୋଇ ସାରିଥିବା ରୁଇସ ପ୍ରକାଶ କରିଛନ୍ତି । ସେହିପରି କଲମ୍ବିଆ ଏବଂ ପଡ଼ୋଶୀ ଦେଶର ଜେଲରେ ଏହି ପରି ଅନେକ କଏଦୀଙ୍କ ମଧ୍ୟରେ ଗଣ୍ଡଗୋଳ ହେଉଥିବାର ଦେଖାଯାଏ ।

Breaking News