ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜସ୍ଥାନ ଓ ଆନ୍ଧ୍ରପ୍ରଦେଶରେ ସମ୍ପ୍ରତି ବସ୍ ଅଗ୍ନିକାଣ୍ଡରେ ଜୀବନହାନି ପରେ ଓଡ଼ିଶା ସରକାର ଅକ୍ଟୋବର ୨୦୨୫ ପରେ ରେଜିଷ୍ଟର୍ ହେଉଥିବା ସମସ୍ତ ଯାତ୍ରୀବାହୀ ବସ୍ରେ ଫାୟାର୍ ସେଫ୍ଟି ସିଷ୍ଟମ୍ ସ୍ଥାପନ ବାଧ୍ୟତାମୂଳକ କରିଛନ୍ତି। ଶୁକ୍ରବାର ଫାୟାର୍ ସର୍ଭିସ୍ ବିଭାଗ ଏହି ନିର୍ଦ୍ଦେଶ ଜାରି କରିଛି। ବସ୍ଗୁଡ଼ିକରେ ଫାୟାର୍ ଡିଟେକ୍ସନ୍ ଓ ସପ୍ରେସନ୍ ସିଷ୍ଟମ୍, ଇମର୍ଜେନ୍ସି ଏକ୍ସିଟ୍ ଦୁଆର, ଆଲର୍ଟ୍ ସିଷ୍ଟମ୍, ଗ୍ଲାସ୍ ଭାଙ୍ଗିବା ହାମର୍ ଓ ଫାୟାର୍ ଏକ୍ସଟିଙ୍ଗୁଇସର୍ ରହିବ। ଜରୁରୀକାଳୀନ ସମୟରେ ଦ୍ରୁତ ଉଦ୍ଧାର ଓ ଅଗ୍ନି ନିୟନ୍ତ୍ରଣ ପାଇଁ ଏହି ବ୍ୟବସ୍ଥା। ପରିବହନ ବିଭାଗ, ଫାୟାର୍ ସର୍ଭିସ୍ ଓ ବସ୍ ମାଲିକ ସଂଘର ସମ୍ପ୍ରତି ବୈଠକରେ ଏହି ନିଷ୍ପତ୍ତି ହୋଇଛି। ରାଜ୍ୟର ମୁଖ୍ୟ ବସ୍ ଷ୍ଟାଣ୍ଡ୍ରେ ଆଗାମୀ ଚାରି ଶନିବାର ଫାୟାର୍ ସେଫ୍ଟି ସଚେତନତା ଶିବିର ଆୟୋଜନ ହେବ। ରାତ୍ରି ସର୍ଭିସ୍ ବସ୍ ଚାଳକ ଓ ଷ୍ଟାଫ୍ଙ୍କୁ ଅଗ୍ନି ପ୍ରତିରୋଧ ଓ ଜରୁରୀ ପ୍ରତିକ୍ରିୟା ଶିକ୍ଷା ଦିଆଯିବ।ବସ୍ ମାଲିକମାନେ ବର୍ତ୍ତମାନର ସେଫ୍ଟି ମାନକ ପୂରଣ କରୁଥିବା ଓ ଅପଗ୍ରେଡ୍ ଆବଶ୍ୟକ ବସ୍ଗୁଡ଼ିକର ତାଲିକା ପ୍ରସ୍ତୁତ କରିବେ। ଅଭାବ ଦୂର କରିବାକୁ ୩ ମାସ୍ ସମୟ ଦିଆଯାଇଛି।ଫାୟାର୍ ସର୍ଭିସ୍ ବିଭାଗ ବସ୍ ଇଣ୍ଟିରିଅର୍ ସାମଗ୍ରୀ (ସ୍କ୍ରିନ୍, କାର୍ପେଟ୍, ସିଟ୍ କଭର୍) ପାଇଁ ନନ୍-ଫ୍ଲାମେବଲ୍ ବା ଫାୟାର୍-ରିଟାର୍ଡେଣ୍ଟ୍ ମାଟେରିଆଲ୍ ଗାଇଡ୍ଲାଇନ୍ ଜାରି କରିବ। ପ୍ରତି ୩ ମାସ୍ରେ ରାଜ୍ୟସ୍ତରୀୟ ରିଭ୍ୟୁ ହେବ ଓ ଅନୁପାଳନ ଯାଞ୍ଚ କରାଯିବ।






More Stories
ପ୍ରଦୀପ ଜେନାଙ୍କ ନାମରେ ଜନସ୍ଵାର୍ଥ ମାମଲା ରୁଜୁ…..
ବିଜେଡି ନେତାଙ୍କ ଘର ଯାଞ୍ଚ……
ଜଳ ସମ୍ପଦ ବିଭାଗକୁ ଆହୁରି ସୁଦକ୍ଷ ଓ ସ୍ମାର୍ଟ କରାଯିବ…..