Report Card Odisha

| Daily Odia News

ଶ୍ରାବଣର ପ୍ରଥମ ସୋମବାର,ଚଳଚଞ୍ଚଳ ଶୈବପୀଠ…..

ରିପୋର୍ଟ କାର୍ଡ / କଟକ

ଆଜି ଶ୍ରାବଣର ପ୍ରଥମ ସୋମବାର। ଚଳଚଞ୍ଚଳ ବିଭିନ୍ନ ଶୈବପୀଠ। ୨ ବର୍ଷର କୋଭିଡ କଟକଣା ପରେ ବାବା ଧବଳେଶ୍ୱରଙ୍କ ପୀଠରେ କାଉଡ଼ିଆଙ୍କୁ ଜଳ ଲାଗି କରିବାର ସୁଯୋଗ ମିଳିଛି। ମହାଦେବଙ୍କ ନିକଟରେ ଜଳଲାଗି କରୁଛନ୍ତି କାଉଡିଆ । ଭୋଳାନାଥଙ୍କୁ ଜଳଲାଗି କରିବା ପାଇଁ ବିଭିନ୍ନ ନଦୀ ଘାଟରୁ ଜଳ ଉଠାଇ ଶୈବପୀଠରେ ପହଞ୍ଚିଛନ୍ତି କାଉଡିଆ । ସକାଳୁ ଲିଙ୍ଗରାଜ ମନ୍ଦିରରେ ଜମିଛି ଶ୍ରଦ୍ଧାଳୁଙ୍କ ଭିଡ଼ । ଜଳଲାଗି କରିବାକୁ ଲମ୍ବା ଲାଇନରେ ଛିଡା ହୋଇଛନ୍ତି ଶ୍ରଦ୍ଧାଳୁ । କିଛି କାଉଡିଆ ଶ୍ରୀଲିଙ୍ଗରାଜଙ୍କୁ ଜଳଲାଗି କରି ସାରିଥିବା ବେଳେ ଆହୁରି ଅନେକ ଶ୍ରଦ୍ଧାଳୁ ଲାଇନରେ ଛିଡା ହୋଇଛନ୍ତି । ସେହିପରି ପୁରୀ ଶ୍ରୀଲୋକନାଥ ମନ୍ଦିରରେ ମଧ୍ୟ ଶ୍ରାବଣ ପ୍ରଥମ ସୋମବାରରେ ଗହଳି ଲାଗିଛି । ଶ୍ରୀଲୋକନାଥଙ୍କ ନୀତିକାନ୍ତି ପରେ ଜଳଲାଗି ଆରମ୍ଭ ହୋଇଛି। ସେହିପରି ଆଠଗଡ଼ର ପ୍ରସିଦ୍ଧ ଧବଳେଶ୍ୱର ପୀଠ ଚଳଚଞ୍ଚଳ । ବାବା ଧବଳେଶ୍ବର ପୀଠରେ ଭୋର ୩ ଟାରୁ ମନ୍ଦିର ଫିଟାଯାଇ ଦର୍ଶନ ଓ ଜଳଲାଗି କରଯାଉଛି । ତେବେ ଧବଳେଶ୍ୱର ପୀଠକୁ ବାହୁଙ୍ଗି ନେଇ ଯାଇପାରିବେ ନାହିଁ କାଉଡ଼ିଆ। ଝୁଲାପୋଲ ଦେଇ କେବଳ ପାଣି କଳସ ଓ ଭୋଗ ନେଇ ଯାଇପାରିବେ ବୋଲି ଆଠଗଡ଼ ଦେବତ୍ତର ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ପ୍ରଶାସନ ପକ୍ଷରୁ ଝୁଲାପୋଲ ଠାରୁ ଆରମ୍ଭ କରି ମନ୍ଦିର ବେଢା ପର୍ଯ୍ୟନ୍ତ ସବୁଠି ବ୍ୟାରିକେଟର ବ୍ୟବସ୍ଥା କରଯାଇଛି । ପୋଲିସ ପ୍ରଶାସନ ପକ୍ଷରୁ ୩ ପ୍ଲାଟୁନ ଫୋର୍ସ , ୩ ଜଣ ଡି ଏସପି , ୩ ଜଣ ଇନିସପେକ୍ଟର ,୯ ଜଣ ସବ୍ଇନିସପେକ୍ଟରଙ୍କ ସହ ଅନ୍ୟାନ୍ୟ ଅଧିକାରୀ ସୁରକ୍ଷା ଦାୟିତ୍ୱରେ ଅଛନ୍ତି।

 

Breaking News