ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶର ପ୍ରଥମ କୋଭିଡ୍ ନାଜାଲ୍ ଭ୍ୟାକସିନ୍କୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡାବ୍ୟ ଲଞ୍ଚ୍ କରିଛନ୍ତି । ଇନ୍କୋଭାକ୍ ନାମକ ଏହି କୋଭିଡ୍ ଟିକାକୁ ନାକରେ ସ୍ପ୍ରେ କରି ନେଇହେବ । ଏହା ବୁଷ୍ଟର ଡୋଜ୍ ଭାବେ କାମ କରିବ । ପୂର୍ବରୁ ଏହାକୁ ବିବିଭି୧୫୪ ନାମ ଦିଆଯାଇଥିଲା । ସରକାରୀ ଡାକ୍ତର ଖାନାରେ ଏହି ଟିକାକୁ ୩୨୫ ଟଙ୍କା ଏବଂ ବେସରକାରୀ ଡାକ୍ତରଖାନାରେ ୮୦୦ ଟଙ୍କା ଦେଇ ନେଇ ହେବ । ଏବେ ଏହି ଭାକ୍ସିନ୍ ବା ଟିକାକୁ ୧୮ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ଦେବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୱମନ୍ତ୍ରାଳୟ ପରାମର୍ଶ ଦେଇଛନ୍ତି । ଏହାର ପରୀକ୍ଷଣ ବେଳେ ପ୍ରଥମ ପର୍ଯ୍ୟାୟରେ ୧୭୫ ଦ୍ୱିତୀୟ ପର୍ଯ୍ୟାୟରେ ୨୦୦ ତୃତୀୟ ପର୍ଯ୍ୟାୟରେ ମୋଟ୍୩୯୭୫ ଜଣ ଲୋକଙ୍କ ଉପରେ କରାଯାଇଥିଲା । ଏହା ବେଶ୍ ଉପୋଯୋଗୀ ବୋଲି ଜଣା ପଡିବା ପରେ ଲୋକଙ୍କ ବ୍ୟବହାର ପାଇଁ ଅନୁମତି ଦିଆଯାଇଛି । କମ୍ପାନୀ ଅନୁସାରେ କରୋନା ବିରୋଧରେ ଏହି ଟିକା ଜବରଦସ୍ତ ପ୍ରତିରୋଧକ ଶକ୍ତି ଉତ୍ପନ କରୁଛି ।






More Stories
ଭରଣପୋଷଣ ଦୟା ନୁହେଁ,ସ୍ତ୍ରୀଙ୍କ ଅଧିକାର…..
କ୍ଷମା ମାଗିଲେ ଅଶ୍ୱିନ ବୈଷ୍ଣବ……
ଫ୍ଲାଟ ମୂଲ୍ୟରୁ ହଟିଲା ପାର୍କିଂ ଚାର୍ଜ…..