ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଟେନରେ ପ୍ରଥମ ଓମକ୍ରନ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଲଣ୍ଡନର ଜଣେ ବ୍ୟକ୍ତି ଓମିକ୍ରନ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି | ଏନେଇ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ଲଣ୍ଡନର ପାଡିଙ୍ଗଟନଠାରେ ଥିବା ଏକ ଟୀକାକରଣ କେନ୍ଦ୍ର ପରିଦର୍ଶନ ଅବସରରେ ସେ କହିଛନ୍ତି ଯେ ଓମିକ୍ରନ ଦେଶରେ ଏକ ବଡ଼ ଚ୍ୟାଲେଞ୍ଜ ଭାବେ ଦେଖାଗଲାଣି । ଏପର୍ଯ୍ୟନ୍ତ ଜଣେ ବ୍ୟକ୍ତି ମୃତ୍ୟୁବରଣ କରିଛନ୍ତି ଓ ଆଉ କେତେକ ଆକ୍ରାନ୍ତ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ଏଣୁ ଆମକୁ ପୁଣି କରୋନା ବିରୋଧରେ ଲଢିବାକୁ ହେବ । ବୁଷ୍ଟର ଡୋଜ ନେବାର ସମୟ ଆସିଯାଇଛି ବୋଲି ସେ କହିଛନ୍ତି । ଗତ ନଭେମ୍ବର ମାସରେ ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିବା କରୋନାର ନୂଆ ପ୍ରଜାତି ଓମିକ୍ରନ୍ ଏବେ ୫୭ ଟି ଦେଶରେ ଚିହ୍ନଟ ହୋଇଛି । ତା ମଧ୍ୟରୁ ୟୁରୋପର ଅଧିକାଂଶ ଦେଶ ଅଛନ୍ତି । ଏହା ପରେ ୟୁରୋପରେ ସ୍ଥିତି ସଂଗୀନ ହେବାର ଆଶଙ୍କା ଦେଖାଦେଇଛି । ଭାରତରେ ଗତ ରବିବାର ୫ଟି ନୂଆ ଓମିକ୍ରନ ମାମଲା ଦେଖାଦେଇଥିଲା । ଏହାକୁ ମିଶାଇ ଭାରତରେ ମୋଟ ଆକ୍ରାନ୍ତ ସଂଖ୍ୟା ୩୮ରେ ପହଞ୍ଚିଛି ।






More Stories
ବିଜେପି ବିରୋଧରେ ସାରା ଦେଶରେ ବିକ୍ଷୋଭ……
କଂଗ୍ରେସ ସାଂସଦଙ୍କୁ ହ୍ୱିପ୍ ଜାରି……
କର୍ମଚାରୀଙ୍କ ପାଇଁ ଘରୁ କାମ ବାଧ୍ୟତାମୂଳକ……