Report Card Odisha

| Daily Odia News

ମାନହାନି ମାମଲାରେ ଅପରାଧିକ ଦଣ୍ଡାଦେଶ ପାଇବାରେ ମୁଁ ହେଉଛି ପ୍ରଥମ ବ୍ୟକ୍ତି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ସୂଦୂର ଆମେରିକାରେ କ୍ଷୋଭ ପ୍ରକାଶ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି। ମାନହାନି ମାମଲାରେ ବୋଧହୁଏ ରାହୁଲ ହେଉଛନ୍ତି ଅପରାଧିକ ଦଣ୍ଡାଦେଶ ପାଇଥିବା ବ୍ୟକ୍ତି | ରାହୁଲ୍‌ କାଲିଫର୍ଣ୍ଣିଆସ୍ଥିତ ସମ୍ମାନଜନକ ଷ୍ଟାନ୍‌ଫୋର୍ଡ ବିଶ୍ବବିଦ୍ୟାଳୟ ପରିସରରେ ଉଦ୍‌ବୋଧନ ଦେବା ବେଳେ କହିଛନ୍ତି। ବକ୍ତବ୍ୟ ଦେବା ବେଳେ ରାହୁଲ୍‌ କହିଛନ୍ତି, ୨୦୦୦ ମସିହାରେ ମୁଁ ରାଜନୀତିରେ ଯୋଗ ଦେବା ବେଳେ କେବେ ଭାବି ନ ଥିଲି ମତେ ଏଭଳି ପରିସ୍ଥିତିରେ ପଡ଼ିବାକୁ ହେବ ବୋଲି। ମୁଁ ଦେଖିବାରେ ଏବେ ସବୁ ଯାହା ହେଉଛି, ମୁଁ ରାଜନୀତିରେ ଯୋଗ ଦେବା ବେଳେ ସେ ସବୁ ଥିଲା କଳ୍ପନାତୀତ। ଏହା ସମ୍ଭବ ବୋଲି ମୁଁ ଚିନ୍ତା କରି ନ ଥିଲି। ସ୍ମରଣଯୋଗ୍ୟ, ମୋଦୀ ସାଙ୍ଗିଆ ଉପରେ ରାହୁଲ୍‌ ଦେଇଥିବା ଟିପ୍ପଣୀଜନିତ ୨୦୧୯ ମାମନହାନି ମାମଲାରେ ସୁରତ ଜିଲ୍ଲା ଅଦାଲତ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରି ଜେଲ୍‌ ଓ ଜରିମାନା ଦଣ୍ଡାଦେଶ ଦେବା ପରେ ତାଙ୍କୁ ଲୋକସଭା ସାଂସଦ ପଦରୁ ଅଯୋଗ୍ୟ ଘୋଷଣା କରାଯାଇଛି। ସେ ଆହୁରି ମଧ୍ୟ କହିଛନ୍ତି, ସେ ଯାହାହେଉ, ସାଂସଦ ପଦରୁ ଅଯୋଗ୍ୟ ଘୋଷିତ କରାଯିବାରୁ ମୁଁ ଲୋକମାନଙ୍କ ସହିତ ମିଶି କାମ କରିବାର ସୁଯୋଗ ପାଇଲି। ମୋର ମନେହୁଏ, ପ୍ରାୟ ୬ ମାସ ତଳୁ ଏ ନାଟକ ଆରମ୍ଭ ହୋଇଥିଲା। ଆମେ ସଂଗ୍ରାମ ଚଳାଇଥିଲୁ। ଭାରତରେ ସମସ୍ତ ବିରୋଧୀ ଦଳ ସଂଗ୍ରାମ କରୁଥିଲେ। ଆମ ଦେଶରେ ଆମେ ଗଣତାନ୍ତ୍ରିକ ସଂଗ୍ରାମ ଚଳାଇଥିଲୁ। ଏହି ସମୟରେ ମୁଁ ‘ଭାରତ ଯୋଡ଼ୋ ଯାତ୍ରା’ରେ ଯିବା ପାଇଁ ସ୍ଥିର କଲି। ଦେଶର ପରିସ୍ଥିତି ସହିତ ମୁକାବିଲା କରିବା ଲାଗି ବିଦେଶୀ ସହାୟତା ଆବଶ୍ୟକ କରନ୍ତି କି, ବୋଲି ପଚାରା ଯିବାରୁ ରାହୁଲ୍‌ ତୁରନ୍ତ କହିଲେ, ମୁଁ କାହାରି ଠାରୁ ସାହାଯ୍ୟ ଚାହୁଁନାହିଁ। ମୁଁ ସ୍ପଷ୍ଟ କରି କହୁଛି, ଆମ ସଂଗ୍ରାମ ଆମର। କିନ୍ତୁ, ହଁ, ଏଠାରେ ଭାରତର କେତେକ ତରୁଣ ଶିକ୍ଷାର୍ଥୀ ଅଛନ୍ତି। ତାଙ୍କୁ ଏସବୁ ଜଣାଇବାକୁ ମୁଁ ଚାହୁଁଛି। ଏ ବିଷୟ‌ରେ ସେମାନଙ୍କୁ ଜଣାଇବା ମୋର ଅଧିକାର।

Breaking News