ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତ ପ୍ରଥମ ଥର ପାଇଁ ରୁଷ୍ ବିରୋଧରେ ଜାତିସଂଘରେ ଭୋଟ୍ ଦେଇଛି। ଜାତିସଂଘ ସୁରକ୍ଷା ପରିଷଦ ରେ ୟୁକ୍ରେନ୍ ସଂକ୍ରାନ୍ତ ଏକ ପ୍ରକ୍ରିୟାଗତ ଭୋଟ୍ ଗ୍ରହଣ ସମୟରେ ଭାରତ ରୁଷ୍ ବିରୋଧରେ ଭୋଟ୍ ଦେଇଥିବାଜଣାପଡିଛି । ପୂର୍ବରୁ ୟୁକ୍ରେନ୍ ଯୁଦ୍ଧ ପ୍ରସଙ୍ଗରେ ରୁଷ୍ ବିରୋଧରେ ଅନେକ ଥର ଭୋଟ୍ ଗ୍ରହଣ ହୋଇଥିଲା। କିନ୍ତୁ ଭାରତ ଏଥିରୁ ବିରତ ରହିଥିଲା। ଆମେରିକା ସମେତ ଅନେକ ପଶ୍ଚିମ ରାଷ୍ଟ୍ର ୟୁକ୍ରେନ୍ ଯୁଦ୍ଧ ପାଇଁ ରୁଷ୍ ଉପରେ କଟକଣା ଲଗାଇଛନ୍ତି। କିନ୍ତୁ ଭାରତ କଟକଣା ଲଗାଇନାହିଁ କି ରୁଷ୍କୁ ସମାଲୋଚନା କରିନାହିଁ। କଥାବାର୍ତ୍ତା ଏବଂ କୂଟନୈତିକ ଉପାୟରେ ହି ସମସ୍ୟାର ସମାଧାନ ପାଇଁ ଭାରତ ଦାବି କରିଆସିଛି।






More Stories
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ରବି ମିତ୍ତଲ…..
ରାମଲୀଲା ମୈଦାନରେ ଚାଷୀଙ୍କ ରଣହୁଙ୍କାର…..
ଇରାନ ଉପରେ ବଙ୍କର ବଷ୍ଟର ମାଡ଼ କଲା ଆମେରିକା…..