Report Card Odisha

| Daily Odia News

ସମୁଦ୍ରରେ ଜଳିଲା ବୋଟ୍…..

ରିପୋର୍ଟ କାର୍ଡ / ପାରାଦ୍ବୀପ

ଚିଲିକା ମୁହାଣ ନିକଟ ସମୁଦ୍ରରେ ଜଳିଗଲା ମାଛଧରା ବୋଟ୍। ବୋଟର ନାଁ ‘ଭାଗିରଥି-୩’ ଥିବା ଜଣାପଡିଛି। ତେବେ ବୋଟରେ ଥିବା ସମସ୍ତ ୯ ଜଣ ଯାକ ମତ୍ସ୍ୟଜୀବୀ ସୁରକ୍ଷିତ ଭାବେ ଉଦ୍ଧାର ହୋଇଥିବା ଜଣାପଡିଛି। ଦିନକ ତଳେ ପାରାଦୀପରୁ ଗଭୀର ସମୁଦ୍ରକୁ ମାଛ ଧରିବାକୁ ଯାଇଥିଲେ ଏହି ମତ୍ସ୍ୟଜୀବୀ। ବୋଟରେ କିପରି ନିଆଁ ଲାଗିଲା ତାହା ସ୍ପଷ୍ଟ ହୋଇନଥିଲେ ସୁଦ୍ଧା ରୋଷେଇ ପାଇଁ ନେଇଥିବା ଗ୍ୟାସ ସିଲିଣ୍ଡର ଫାଟି ବୋଟରେ ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ସୂଚନା ମିଳିଛି। କିଛି ଦୂରରେ ମାଛ ଧରୁଥିବା ‘ମୁକ୍ତିମଣ୍ଡପ’ ନାମକ ଅନ୍ୟ ଏକ ମାଛଧରା ବୋଟରେ ସେମାନଙ୍କୁ ଉଦ୍ଧାର କରାଯାଇଥିଲା। ଗତକାଲି ସନ୍ଧ୍ୟାରେ ପାରାଦୀପରୁ ମାଛ ଧରିବାକୁ ଚନ୍ଦ୍ରଭାଗା ନିକଟ ସମୁଦ୍ରକୁ ଯାଇଥିବା ’ଶ୍ରୀ ଲକ୍ଷ୍ମୀନାରାୟ’ ନାମକ ଏକ ବୋଟରେ ବି ଅଗ୍ନିକାଣ୍ଡ ଘଟିଥିଲା। ବୋଟ୍ ସାଇଲେନ୍ସର ଫାଟିଯିବାରୁ ନିଆଁ ଲାଗି ବୋଟ୍ ଟି ପୂରା ଜଳି ଯାଇଥିଲ॥ ସେଥିରେ ଥିବା ସମସ୍ତ ୮ ଜଣ ଯାକ ମତ୍ସ୍ୟଜୀବୀ ଅଳ୍ପକେ ବର୍ତ୍ତି ଯାଇଥିଲେ। ଅନ୍ୟ ଏକ ମାଛଧରା ବୋଟରେ ସେମାନଙ୍କୁ ଉଦ୍ଧାର କରାଯାଇଥିଲା। ଆଜି ସକାଳ ୫ଟା ସମୟରେ ସେମାନେ ପାରାଦୀପ ମାଛଧରା ବନ୍ଦରରେ ପହଞ୍ଚିଥିଲେ।

Breaking News