Report Card Odisha

| Daily Odia News

ଆନ୍ଦୋଳନ ଓହ୍ଲାଇଛନ୍ତି ମତ୍ସ୍ୟଜୀବୀ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଲୋଏର ପିଏମଜିରେ ମତ୍ସ୍ୟଜୀବୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଆଜି ୬ଦଫା ଦାବି ପୂରଣ ପାଇଁ ରାଜ୍ୟ ମତ୍ସ୍ୟଜୀବୀ ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ବାଲେଶ୍ୱର, ଭଦ୍ରକ, ପାରାଦୀପ ସହିତ ବିଭିନ୍ନ ସ୍ଥାନରୁ ମତ୍ସ୍ୟଜୀବୀମାନେ ଏକାଠି ହୋଇ ରାଜରାସ୍ତାରେ ବିକ୍ଷୋଭ କରିଛନ୍ତି। ଡିଜେଲରେ ରିହାତି, ମତ୍ସ୍ୟଜୀବୀ କଲ୍ୟାଣ ପାଣି୍ଠ ଗଠନ, ମୁହାଁଣ ଗୁଡିକରେ ନିୟମିତ ଡ୍ରେଜିଂ, ଶିଳ୍ପରୁ ବିଷାକ୍ତ ଜଳ ସମୁଦ୍ରକୁ ନିଷ୍କାସନ ବନ୍ଦ କରିବା, ମତ୍ସ୍ୟଜୀବୀଙ୍କୁ ଜଙ୍ଗଲ ବିଭାଗ ଓ ତଟରକ୍ଷୀ ବାହିନୀର ଦୁର୍ବବ୍ୟହାର ବନ୍ଦ କରିବା ଆଦି ଦାବି ନେଇ ରାଜଧାନୀରେ ହଜାର ହଜାର ମତ୍ସ୍ୟଜୀବୀ ଆନ୍ଦୋଳନ କରୁଛନ୍ତି।

Breaking News