Report Card Odisha

| Daily Odia News

ମଝି ସମୁଦ୍ରରେ ଜଳିଗଲା ବୋଟ୍‌…..

ରିପୋର୍ଟ କାର୍ଡ / ଭଦ୍ରକ

ସମୁଦ୍ର ମଝିରେ ହୁହୁ ହୋଇ ଜଳିଗଲା ମାଛ ଧରା ବୋଟ୍‌। ଅଳ୍ପକେ ବର୍ତ୍ତୀ ଯାଇଛନ୍ତି ୧୦ ମତ୍ସ୍ୟଜୀ । ଆଜି ପୂର୍ବାହ୍ନରେ ଏପରି ଘଟଣା ଅବଦୁଲ୍‌ କଲାମ ହୁଇଲର ଦୀପ ନିକଟରେ ଘଟିଛି। ସୂଚନା ଅନୁସାରେ-ଭଦ୍ରକ ଜିଲ୍ଲା ଧାମରା ଦୋସିଙ୍ଗା ଗାଁର ସମରେଶ ପରିଡାଙ୍କ ବୋଟ୍‌ ‘ମାଆ ପଦ୍ମାବତୀ’ ବୋଟରେ ୧୦ଜଣ ମତ୍ସ୍ୟଜୀବୀ ସମୁଦ୍ରରେ ମାଛ ଧରିବାକୁ ଯାଇଥିଲେ। ମତ୍ସ୍ୟଜୀବୀମାନେ ଅବଦୁଲ୍‌ କଲାମ ହୁଇଲର ଦୀପ ନିକଟରେ ମାଛ ମାରୁଥିଲେ। ଠିକ୍‌ ସେହି ସମୟରେ ହଠାତ୍‌ ମାଛଧରା ବୋଟ୍‌ରେ ନିଆଁ ଲାଗି ଯାଇଥିଲା। ମତ୍ସ୍ୟଜୀବୀମାନେ ଏନେଇ କୋଷ୍ଟଗାର୍ଡକୁ ଖବର ଦେଇଥିଲେ। କୋଷ୍ଟଗାର୍ଡ ସେଠାରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି କୂଳକୁ ଆଣିଥିଲା। ଯାହାଫଳରେ ୧୦ ମତ୍ସ୍ୟଜୀବୀଙ୍କ ଜୀବନ ଅଳ୍ପକେ ବର୍ତ୍ତି ଯାଇଥିଲା। ବୋଟରେ କିପରି ନିଆଁ ଲାଗିଲା ଜଣାପଡ଼ିନଥିବା ବେଳେ ଇଞ୍ଜିନରୁ ନିଆଁ ଲାଗିଥିବା କୁହାଯାଉଛି।

Breaking News