ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟ କ୍ୟାବିନେଟ୍ ବୈଠକ ଲୋକସେବା ଭବନରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ୫ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଏନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଖରରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ଯୋଜନାକୁ ଅନୁମୋଦନ ମିଳିଛି । ଏଥିରେ ୨୭୩୮ କୋଟି ଟଙ୍କା ଖର୍ଚ୍ଚ ହେବ । ଏହା ଦ୍ବାରା ୫୭ ହଜାର ୫୨୫ ହେକ୍ଟର ଜମିକୁ ଜଳସେଚନ ସୁବିଧା ମିଳିପାରିବ । ସେହିଭଳି ଖାଦ୍ୟ ପ୍ରକ୍ରିୟାକରଣ ନୀତିରେ ସଂଶୋଧନକୁ ଅନୁମୋଦନ ମିଳିଛି । ଓଡ଼ିଶା ଦ୍ରବ୍ୟ ଓ ସେବା କର ଅଧିନିୟମରେ ସଂଶୋଧନ ହେବା ସହ ଟିକସ ମଧ୍ୟ ବଢ଼ିବ । ଲ ଅଫିସର୍ ୧୯୭୧ ନିୟମକୁ ସଂଶୋଧନ ଅନୁମୋଦନ ମିଳିଛି । ଏହା ପରେ ଲ ଅଫିସର୍ ନିଯୁକ୍ତି ପାଇବେ । ଯେଉଁ ଜିଲ୍ଲାରେ ଲ ଅଫିସର ନାହାନ୍ତି ସେଠାରେ ନିଯୁକ୍ତି କରାଯିବ ।






More Stories
ହ୍ବାଟ୍ସ ଆପ୍ରେ ମିଳିବ ରାଜସ୍ୱ ସେବା…..
ଶିଶୁ ବାଟିକା ପିଲାଙ୍କୁ ମାଗଣା ପୋଷାକ…..
ଯୁକ୍ତ ୨ ପରୀକ୍ଷା ପାଇଁ ସ୍ବତନ୍ତ୍ର ନିୟମାବଳୀ…..