ରିପୋର୍ଟ କାର୍ଡ / ଭୁବନେଶ୍ୱର
ବୈଦ୍ୟୁତିକ ଯାନ କିଣିଲେ ଓଡ଼ିଶା ସରକାର ୧୫ ପ୍ରତିଶତ ରିହାତି ଦେବେ ବୋଲି ଘୋଷଣା କରିଛନ୍ତି । ସୂଚନା ଅନୁଯାୟୀ ଦୁଇ ଚକିଆ ଗାଡ଼ି କିଣିଲେ ୧୫ ପ୍ରତିଶତ ବା ୫ ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି ମିଳିବ । ସେହିପରି ତିନି ଚକିଆ ଗାଡ଼ି କିଣିଲେ ୧୫ ପ୍ରତିଶତ ରିହାତି ହିସାବରେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଓ ଚାରି ଚକିଆ ଗାଡ଼ିରେ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି ମିଳିବ। ଏହି ରିହାତି ଯୋଜନା ସେପ୍ଟେମ୍ବର ମାସ ପାଖରୁ କାର୍ଯ୍ୟକାରୀ ହେବାକୁ ଥିବାବେଳେ ରିହାତି ମୂଲ୍ୟ ପଞ୍ଜିକୃତ ହୋଇଥିବା ଆଞ୍ଚଳିକ ପରିବହନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ହିତାଧିକୀରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା ହେବ। ଏହି ଯୋଜନା ୨୦୨୫ ଡିସେମ୍ବର ୩୧ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ ।ଏନେଇ ବାଣିଜ୍ୟ ଏବଂ ପରିବହନ ବିଭାଗ ତରଫରୁ ସୋମବାର ଏକ ବିଜ୍ଞପ୍ତି ଜାରି କରାଯାଇଛି। ବୈଦ୍ୟୁତିକ ଯାନର ବିକ୍ରି, ରିହାତି ମୂଲ୍ୟର ହିସାବ ଓ ଋଣ ଉପରେ ରିହାତିର ହିସାବ ରଖିବା ଉପରେ ସୂଚନା ପ୍ରଦାନ କରିବା ପାଇଁ ଏକ ପୋର୍ଟାଲ ରହିବ ଓଡ଼ିଶା ବୈଦ୍ୟୁତିକ ଯାନ ନୀତି ୨୦୨୧ ଓ ନିତି ଆୟୋଗର ନିର୍ଦ୍ଦେଶ ଅନୁଯାୟୀ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଓଡ଼ିଶା ସରକାର ଗତ ବର୍ଷ ଅକ୍ଟୋବର ମାସରେ ସମସ୍ତ ପ୍ରକାର ବୈଦ୍ୟୁତିକ ଯାନର ପଞ୍ଜୀକରଣ ଶୁଳ୍କ ଓ ମୋଟର ଯାନ ଟ୍ୟାକ୍ସ ଛାଡ଼ ହେବ ବୋଲି ଘୋଷଣା କରିଥିଲେ। ମହାରାଷ୍ଟ୍ର ଓ ଗୁଜୁରାଟ ସହିତ ଅନେକ ରାଜ୍ୟ ସରକାର ବୈଦ୍ୟୁତିକ ଯାନ ନୀତି ଆରମ୍ଭ କରିଛନ୍ତି ଯେଉଁଥିରେ ରିହାତି ମଧ୍ୟ ରହିଛି।
More Stories
ଆଜିଠୁ ପୁରୁଣା ଗାଡ଼ି କୁ ପେଟ୍ରୋଲ-ଡିଜେଲ ମନା…..
କମିଲା ଗ୍ୟାସ୍ ଦର……
ଆଜି ହେରାପଞ୍ଚମୀ ନୀତି,ନନ୍ଦିଘୋଷ ରଥ ଭାଙ୍ଗିବେ ମହାଲକ୍ଷ୍ମୀ…..