ରିପୋର୍ଟ କାର୍ଡ / ଭୁବନେଶ୍ବର
ଆଜି ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝୀ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ମହାତ୍ମା ଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ଉତ୍ସବରେ ମୁଖ୍ୟମନ୍ତ୍ରୀ ଜାତୀୟ ପତାକା ଉତ୍ତୋଳନକରି ରାଜ୍ୟବାସୀଙ୍କ ପାଇଁ ଅଭିଭାଷଣ ରଖିଛନ୍ତି | ଭାରତର ସ୍ୱାଧୀନତା ସଂଗ୍ରାମ ହେଉଛି ଦେଶର ଅନନ୍ୟ ଅଧ୍ୟାୟ। ଏହା ଇଂରେଜମାନଙ୍କ ମୂଳଦୁଆ ଦୋହଲାଇ ଦେଇଥିଲା। ଦେଶ ଏବେ ଅମୃତକାଳ ଦେଇ ଗତି କରୁଛି। ଦେଶର ଅର୍ଥନୀତି ଦ୍ରୁତ ଗତିରେ ବଢ଼ିଛି। ଖୁବ୍ଶୀଘ୍ର ଦେଶର ଅର୍ଥନୀତି ୫ ଟ୍ରିଲିଅନରେ ପହଞ୍ଚିବ। ୨୦୪୭ ସୁଦ୍ଧା ଭାରତ ବିଶ୍ୱଗୁରୁ ହେବ। ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ଓଡ଼ିଶାବାସୀ ସ୍ୱାଭିମାନୀ। ସେମାନେ ଚଣ୍ଡାଶୋକକୁ ଧର୍ମାଶୋକରେ ପରିଣତ କରିଥିଲେ। ଓଡ଼ିଆ ଅସ୍ମିତା ସହିତ ଶିଖର ଛୁଇଁବାକୁ ଲକ୍ଷ୍ୟ ରଖିଛୁ।ମୁଁ ରାଜ୍ୟବାସୀଙ୍କୁ ବଡ଼ ସ୍ୱପ୍ନ ଦେଖାଇବିନି ହେଲେ ଯାହା ପ୍ରତିଶ୍ରୁତି ଦେଇଛି ତାହା ପାଳନ କରିବି।ଶ୍ରୀମନ୍ଦିର ୪ ଦ୍ୱାର ଖୋଲିଛୁ। ଧାନ କ୍ୱିଣ୍ଟାଲ ୩୧ଶହ ଟଙ୍କା ହୋଇଛି। ସେପ୍ଟେମ୍ବର ୧୭ ତାରିଖରୁ ସୁଭଦ୍ରା ଯୋଜନା ଲାଗୁ ହେବ। ଖାଲି ପଡ଼ିଥିବା ଦେଢ଼ ଲକ୍ଷ ପଦବୀ ପୂରଣ ପାଇଁ ପଦକ୍ଷେପ ନିଆଯିବ। ଆଗାମୀ ୫ ବର୍ଷରେ ୫୦୦ ଆଦିବାସୀ ଗ୍ରାମକୁ ବିକଶିତ କରିବୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀଙ୍କୁ ମୁଖ୍ୟମନ୍ତ୍ରୀ ସ୍ମରଣ କରିବା ସହ ପାଇକ ବିଦ୍ରୋହର ଯୋଦ୍ଧାମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଚଳିତ ବର୍ଷ ୫୯ ଜଣ କଣ୍ଟିଜେଣ୍ଟ ରାଜ୍ୟସ୍ତରୀୟ ପରେଡ଼ରେ ଯୋଗ ଦେଇଛନ୍ତି। ପୋଲିସ ସହ ସିଆରପିଏଫ୍, ୧୨୦ ବାଟାଲିୟନ୍, ସିଆଇଏସ୍ଏଫ୍, ଟ୍ରାଫିକ୍, ବିଏସ୍ଏଫ୍, ଅଗ୍ନିଶମ ବହିନୀ, ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ପରେଡ଼ରେ ଯୋଗ ଦେଇଛନ୍ତି।






More Stories
୧୩ରେ ରାଜ୍ୟ କ୍ୟାବିନେଟ୍……
ଗଡ଼ିବ ୨୫୦ ନୂଆ ୧୦୮ ଆମ୍ବୁଲାନ୍ସ…..
୧୨ରେ ପାଚିକା-ସହାୟିକାଙ୍କ ଧର୍ମଘଟ…..