Report Card Odisha

| Daily Odia News

ବିମାନ ଚଳାଚଳ ବ୍ୟାଘାତ……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆଜି ରାଜଧାନୀ ଭୁବନେଶ୍ୱରେ ଘନ କୁହୁଡ଼ି ଆସ୍ତରଣ ଦେଖିବାକୁ ମିଳିଛି। କୁହୁଡ଼ି ପାଇଁ ଭୁବନେଶ୍ବରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଥିବାର ସୂଚନା ମିଳିଛି। ଭୁବନେଶ୍ବରରୁ ନୂଆଦିଲ୍ଲୀ, ମୁମ୍ବାଇ, କୋଲକାତା ଓ ବେଙ୍ଗାଲୁରୁ ଅଭିମୁଖେ ଯାତାୟତ କରୁଥିବା ବିମାନ ଠିକ ସମୟରେ ଉଡ଼ାଣ ଆରମ୍ଭ କରିପାରିନାହିଁ। ଉଲ୍ଲେଖଯୋଗ୍ୟ, ଟ୍ୱିନି ସିଟି କଟକ-ଭୁବନେଶ୍ୱରରେ ଆଜି ସକାଳୁ ଘନ କୁହୁଡି ଦେଖିବାକୁ ମିଳିଛି। ଘନ କୁହୁଡି ଯୋଗୁଁ ଗାଡ଼ି ଚାଳକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଗତ ଦୁଇ ଦିନ ହେଲା ରାଜ୍ୟରେ ଶୀତ ସାମାନ୍ୟ କମିଥିବା ବେଳେ ରାଜଧାନୀ ଭୁବନେଶ୍ବରରେ ଗତ ରାତିରେ ସର୍ବନିମ୍ନ ତାପମାତ୍ରା ୧୭.୭ ଡିଗ୍ରି ଓ କଟକର ରହିଥିଲା ୧୭ ଡିଗ୍ରି। ଆଜି ସର୍ବନିମ୍ନ ତାପମାତ୍ରା ୧୭ ଡିଗ୍ରି ଓ ସର୍ବାଧିକ ତାପମାତ୍ରା ୩୨ ଡିଗ୍ରି ମଧ୍ୟରେ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

Breaking News