ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ସନ୍ଧ୍ୟା ସୁଦ୍ଧା ମହାନଦୀରେ ଆସିବ ପିକ୍ ଫ୍ଲଡ୍। ଏହା ପିକ୍ ସମୟ ହୋଇଥିବାରୁ ଆଜି ରାତି ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ସୂଚନା ଦେଇଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ଚରଣ ମହାନ୍ତି ।
କାରଣ ଆଜି ସନ୍ଧ୍ୟା ସୁଦ୍ଧା ମୁଣ୍ଡଳିରେ ୯ରୁ ୯ ଲକ୍ଷ ୫୦ ହଜାର କ୍ୟୁସେକ୍ ବନ୍ୟା ପାଣି ପ୍ରବାହିତ ହେବ । ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁରରେ ଏହି ବନ୍ୟା ଜଳ ପଶିବା ଦ୍ୱାରା ବହୁ ଗାଁ ଜଳମଗ୍ନ ହେବା ସହ ଜଳବନ୍ଦୀ ହେବାର ଆଶଙ୍କା ରହିଛି। ତେଣୁ ଉକ୍ତ ଜିଲ୍ଲାମାନଙ୍କୁ ବରିଷ୍ଠ ଅଧିକାରୀଙ୍କୁ ପଠାଯିବା ସହ ଏନଡିଆରଏଫ, ଓଡ୍ରାଫ ଆଦି ରେସକ୍ୟୁ ଟିମ୍କୁ ମୁତୟନ କରାଯାଇଛି। ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଂଜନ ମହାନ୍ତି କହିଛନ୍ତି, ମୁଣ୍ଡଳିରେ ଏବେ ୮ ଲକ୍ଷ ୨୮ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି । ମଧ୍ୟାହ୍ନ ସୁଦ୍ଧା ୮ ଲକ୍ଷ ୫୦ ହଜାର କ୍ୟୁସେକ ପ୍ରବାହିତ ହେବ । ଏହାପରେ ସନ୍ଧ୍ୟା ସୁଦ୍ଧା ୯ରୁ ୯ ଲକ୍ଷ ୫୦ ହଜାର କ୍ୟୁସେକ ଜଳ ମୁଣ୍ଡଳୀ ଅତିକ୍ରମ କରିବ। ତେଣୁ ସେତେବେଳେ ଆସିବ ପିକ୍ ଫ୍ଲଡ୍ । ଏହାଯୋଗୁ ମହାନଦୀ ବେସିନରେ ଛୋଟରୁ ମଧ୍ୟମ ଧରଣର ବନ୍ୟା ହେବାର ଆଶଙ୍କା ରହିଥିବା ସେ କହିଛନ୍ତି । ଏହାର ମୁକାବିଲା ନିମନ୍ତେ ପ୍ରଭାବିତ ହେବାକୁ ଥିବା ଅଞ୍ଚଳରେ ରେସକ୍ୟୁ ଟିମ୍ ପ୍ରସ୍ତୁତ ଥିବା ଜଣାଯାଇଛି।






More Stories
ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ…..
ବଢ଼ିବ ଟୋଲ୍ ଟ୍ୟାକ୍ସ !…..
ରାଜପାଲ ଙ୍କୁ ମିଳିଲା ଜାମିନ…..