Report Card Odisha

| Daily Odia News

ଆସାମାରେ ଭୟଙ୍କର ବନ୍ୟା …..

ରିପୋର୍ଟ କାର୍ଡ / ନୁଆଦିଲ୍ଲୀ

ଆସାମରେ ଲଗାଣ ବର୍ଷା ତାଣ୍ଡବ ରଚିଛି | ବର୍ଷା ଯୁଗୁଁ ବନ୍ୟା ପରିସ୍ଥିତି ଉପୁଜିବା ସହିତ ଭୁସ୍ଖଳନ ଘଟିଛି । ଏହା ପ୍ରଭାବରେ ୭ ଜିଲ୍ଲାର ପ୍ରାୟ ୫୭,୦୦୦ ଲୋକେ ପ୍ରଭାବିତ ହୋଇଥିବା ବେଳେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । କାଚର, ଧିମାଜି, ହୁଜ୍, କାର୍ବି ଆଞ୍ଜେଲଙ୍ଗ୍ ୱେଷ୍ଟ୍, କାମ୍ରୁପ୍ (ଏମ), ନାଗାଓନ୍ ଏବଂ ନାଲବାରୀ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି । ରାଜ୍ୟର ଡିମା ହାସାଓ ରେଳ ଷ୍ଟେସନ ବର୍ତ୍ତମାନ ପାଣି ଘରରେ ରହିଛି । ବନ୍ୟାପରିସ୍ଥିତି ଯୋଗୁଁ ଜିଲ୍ଲା ସହିତ ରେଳ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ମିଳିଥିବା ସୂଚନା ମୁତାବକ ୨୨୨ ଗ୍ରାମ ପ୍ରବଳ ବର୍ଷା ପ୍ରଭାବରେ ପ୍ରଭାବିତ ହୋଇଛନ୍ତି । ଲୋକମାନଙ୍କ ସାହାଯ୍ୟ କରିବା ଲାଗି ଆସାମ ସରକାରଙ୍କ ପକ୍ଷରୁ ରିଲିଫ୍ କ୍ୟାମ୍ପ ସ୍ଥାପନା କରାଯିବା ସହ ରନ୍ଧାଖାଦ୍ୟ ପ୍ରଦାନ କରାଯାଉଛି । ବିପର୍ଯ୍ୟୟ ପରିଚାଳନା ବିଭାଗ ସୂଚନା ମୁତାବକ ପ୍ରାୟ ୧୦୩୨୧.୪୪ ହେକ୍ଟର ଚାଷ ଜମୀ ବର୍ଷା ଜଳରେ ବୁଡ଼ି ରହିଛି । ନ୍ୟୁ କକୁଞ୍ଜୁଙ୍ଗ, ପିଆଙ୍ଗପୁଇ, ମୌଲଇ, ନାମଜେରୁଙ୍ଗ, ଦକ୍ଷିଣ ବାଗେଟର, ମହାଦେବ ଟିଲା, କାଲିବାରୀ. ଉତ୍ତର ବାଗେଟର, ସିୟୋନ ଏବଂ ଲୋଡି ପାଙ୍ଗମୁଲ ଗ୍ରାମରେ ଭୁସ୍ଖଳନ ହୋଇଥିବା ସୂଚନା ମିଳିଛି । ସରକାରଙ୍କ ତରଫରୁ ଭାରତୀୟ ସେନା, ପାରାମିଲିଟାରୀ, ଅଗ୍ନିଶମ ବାହିନୀ, ଏସଡିଆରଏଫ, ସାଧାରଣ ପ୍ରସାସନ ଏବଂ ପ୍ରଶିକ୍ଷିତ ଭଲ୍ୟୁଣ୍ଟର ମାନଙ୍କୁ ନିୟୋଜିତ କରାଯାଇ ଉଦ୍ଧାର କାର୍ଯ୍ୟ କରାଯାଉଛି ।

Breaking News