Report Card Odisha

| Daily Odia News

ଫରେଷ୍ଟର ଆତ୍ମହତ୍ୟା ଘଟଣା:ଆରମ୍ଭ ହେଲା ବିଭାଗୀୟ ତଦନ୍ତ….

ରିପୋର୍ଟ କାର୍ଡ / କଳାହାଣ୍ଡି

କଳାହାଣ୍ଡି ଜିଲ୍ଲା ଜାରିଂ ହାଇଟେକ୍‌ ନର୍ସରୀ ଫରେଷ୍ଟର ସଞ୍ଜୟ ନାୟକ ଆତ୍ମହତ୍ୟା ଘଟଣାରେ ସ୍ଥାନୀୟ DFOଙ୍କ ସଂପୃକ୍ତି ଅଭିଯୋଗ ଆସିବା ପରେ ବିଭାଗୀୟ ତଦନ୍ତ ଆରମ୍ଭ କରିଛି ବନ ବିଭାଗ। ମାମଲାର ତଦନ୍ତ ଦାୟିତ୍ୱ ଜଣେ CCF ରାଙ୍କ ଅଧିକାରୀଙ୍କୁ ଦିଆଯାଇଛି। ଏନେଇ ସୂଚନା ଦେଇଛନ୍ତି ପିସିସିଏଫ୍‌ ଦେବୀଦତ୍ତ ବିଶ୍ୱାଳ। ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ବିଶ୍ୱାଳ କହିଛନ୍ତି, ଫରେଷ୍ଟରଙ୍କ ସୁଇସାଇଡାଲ ନୋଟରେ DFOଙ୍କ ସମ୍ପର୍କରେ ଉଲ୍ଲେଖ ଥିବା ପୋଲିସ ସୂଚନା ଦେବା ପରେ ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଯଥାଶୀଘ୍ର ତଦନ୍ତ ସାରି ରିପୋର୍ଟ ଦାଖଲ ପାଇଁ ଦିଆଯାଇଛି ନିର୍ଦ୍ଦେଶ। ଦୋଷୀ ଥିବା ନେଇ ତଦନ୍ତରୁ ଜଣାପଡ଼ିଲେ ନିଆଯିବ କଡ଼ା କାର୍ଯ୍ୟନୁଷ୍ଠାନ। ଫରେଷ୍ଟର ସଞ୍ଜୟ ନାୟକ ନିଜୟ କ୍ୱାର୍ଟର୍ସରେ ଆତ୍ମହତ୍ୟା କରିଥିଲେ। ଆଉ ଆତ୍ମହତ୍ୟା ପୂର୍ବରୁ ସେ ଏକ ସୁଇସାଇଡ୍‌ ନୋଟ୍‌ ଲେଖିଥିଲେ। ଯେଉଁଥିପାଇଁ ନିଜ ବିଭାଗରେ ଚାଲିଥିବା ଅନେକ ଅକୁହା କଥା ଲେଖିଥିଲେ। ପୋଲିସ ମୃତଦେହ ଉଦ୍ଧାର କଲା ବେଳେ ସେହି ସୁଇସାଇଡ୍‌ ନୋଟ୍‌ ଜବତ କରିଥିଲା। ପରିବାର ଲୋକଙ୍କ ଉପସ୍ଥିତିରେ କଳାହାଣ୍ଡି ଏସପିଙ୍କ ଆଗରେ ସେହି ସୁଇସାଇଡ୍‌ ନୋଟ୍‌ ପଢ଼ିଥିଲେ ଟାଉନ ଥାନା ଆଇଆଇସି। ସେତେବେଳେ ଉପସ୍ଥିତ ଥିଲେ ସଞ୍ଜୟଙ୍କ ପରିବାର ଲୋକଙ୍କ ସହ ବଡ଼ଭାଇ ରବି ନାରାୟଣ ନାୟକ। ସଞ୍ଜୟ ସୁଇସାଇଡ୍‌ ନୋଟ୍‌ରେ ଲେଖିଥିଲେ, ଡିଏଫଓ ବାରମ୍ବାର ପିସି ମାଗୁଥିଲେ। ଗତବର୍ଷ ୭ ଲକ୍ଷ ଓ ଗଣେଶ ପୂଜା ବେଳେ ସାଢ଼େ ୩ ଲକ୍ଷ ଦେଇଥିଲେ। ଡିଏଫଓଙ୍କ ଘରେ ଏସି ଲଗାଇବା ସହ ଟ୍ୟୁବୱେଲ ଖୋଳାଇଛନ୍ତି। ଗୋଟିଏ ମନ୍ଦିର ପାଇଁ ଦେଇଥିଲେ ୪୦ ହଜାର ଡୋନେସନ। ପ୍ରମୋସନ ରୋକିବା ଓ ଟ୍ରାନ୍ସଫର ଧମକ ଦେଇ ଡିଏଫଓ ପିସି ମାଗୁଥିବା ସୁଇସାଇଡ୍‌ ନୋଟରେ ସଞ୍ଜୟ ଉଲ୍ଲେଖ କରିଥିଲେ। ଏହି ଘଟଣା ସମଗ୍ର ରାଜ୍ୟରେ ଆଲୋଡନ ଖେଳାଇ ଦେଇଥିଲା।

Breaking News