ରିପୋର୍ଟ କାର୍ଡ / ଭବାନୀପାଟଣା
ଭୁବନେଶ୍ୱର ସ୍ଥିତ ବିଜେପି କାର୍ଯ୍ୟାଳୟରେ ପୂର୍ବ ବିଜେଡି ସାଂସଦ ଅର୍କକେଶରୀ ଦେଓ ବିଜେପିରେ ଯୋଗ ଦେଇଛନ୍ତି। ତାଙ୍କ ପତ୍ନୀ ମାଳବିକା ଦେଓ ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି। ମାଳବିକା ଜୁନାଗଡ଼ ନିର୍ବାଚନ ମଣ୍ଡଳୀରୁ ବିଜେପି ଟିକେଟରେ ବିଧାନସଭା ପାଇଁ ପ୍ରାର୍ଥୀ ହେବା ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇବା ପରେ ବିଜେଡି ବିଧାୟକ ଦିବ୍ୟଶଙ୍କର ମିଶ୍ରଙ୍କ ପାଇଁ ଅଡୁଆ ବଢ଼ିଛି। ସେହିଭଳି ମଦନପୁର ରାମପୁର ରାଜପରିବାରର ସିରାମିକ ଚିତ୍ରଶିଳ୍ପୀ ପୃଥ୍ବୀରାଜ ସିଂହଦେଓଙ୍କ ପତ୍ନୀ ତଥା ପୂର୍ବ ବିଧାୟକ କୁମାର ଯୋଗେଶ ଚନ୍ଦ୍ର ସିଂହଦେଓଙ୍କ ବୋହୂ ସଂଯୁକ୍ତା ସିଂହଦେଓ ଓ ଏହି ପରିବାରର ତନ୍ମୟ ସିଂହଦେଓ ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି।






More Stories
କାଲିଠାରୁ CBSE ଦଶମ-ଦ୍ବାଦଶ ପରୀକ୍ଷା…..
ମୋତେ ନିୟମକାନୁନ ଦେଖାନା…..
ଗୀତା ପଟ୍ଟନାୟକଙ୍କ ଶେଷକୃତ୍ୟ ସମ୍ପନ୍ନ…..