ରିପୋର୍ଟ କାର୍ଡ /ନୂଆଦିଲ୍ଲୀ
ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀଙ୍କ ମୃତ୍ୟୁ ଘଟିଛି। କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସି.ଆର. ପାଟିଲ ସୂଚନା ଦେଇଛନ୍ତି। ବିମାନ ଦୁର୍ଘଟଣାରେ ମୃତକମାନଙ୍କ ମଧ୍ୟରେ ରୁପାନୀ ରହିଥିବା ପାଟିଲ ସ୍ପଷ୍ଟ କରିଛନ୍ତି। ରୁପାନୀ ଏୟାରଇଣ୍ଡିଆର ଉକ୍ତ ବିମାନରେ ଲଣ୍ଡନ ଯାତ୍ରା କରୁଥିଲେ। ସେ ତାଙ୍କ ପରିବାର ସଦସ୍ୟଙ୍କୁ ଭେଟିବା ଲାଗି ଲଣ୍ଡନ ଯାଉଥିଲେ। ତାଙ୍କ ଆତ୍ମାକୁ ସଦଗତି ମିଳୁ ବୋଲି ପାଟିଲ ଶୋକବ୍ୟକ୍ତ କରି କହିଛନ୍ତି।ଲଣ୍ଡନ ଯାଉଥିବା ଏୟାରଇଣ୍ଡିଆ ବିମାନ ଅପରାହ୍ନ ୧ଟା ୩୮ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଅହମ୍ମଦାବାଦ ବିମାନବନ୍ଦରରୁ ଉଡ଼ାଣ ଆରମ୍ଭ କରିବାର ମାତ୍ର ୫ ମିନିଟ ମଧ୍ୟରେ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବା କାରଣରୁ ନିକଟରେ ଥିବା ଜନବସତି ଭିତରେ ଖସିପଡ଼ିଥିଲା। ଜନବସତିରେ ଥିବା ବିଜେ ମେଡିକାଲ କଲେଜ ହଷ୍ଟେଲ କୋଠା ଉପରେ ବିମାନ ଖସିପଡ଼ିଥିଲା। ବିମାନରେ ୨୩୦ ଯାତ୍ରୀ ଓ ୧୨ କ୍ରିଉ ସଦସ୍ୟଙ୍କୁ ମିଶାଇ ମୋଟି ୨୪୨ ଜଣ ଥିଲେ। ଏହି ଦୁର୍ଘଟଣାରେ ୨୪୨ ରୁ ଅଧିକ ଯାତ୍ରୀ ଯାତ୍ରୀ ପ୍ରାଣ ହରାଇଥିବା ଆଶଙ୍କା କରାଯାଉଛି। କିନ୍ତୁ ସରକାରୀ ସ୍ତରରେ କିଛି ସ୍ପଷ୍ଟ କରାଯାଇ ନାହିଁ।
More Stories
ଭାରତର ବିକାଶରେ ଓଡ଼ିଶାର ଭୂମିକା ଅତୁଳନୀୟ…..
ଆମେରିକାର ଆବଶ୍ୟକତା ନାହିଁ…..
ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ କଂଗ୍ରେସ ନେତା ଅଟକ…..