Report Card Odisha

| Daily Odia News

ସରକାରୀ ବାସଭବନ ଛାଡୁନାହାନ୍ତି ପୂର୍ବତନ ସିଜେଆଇ ଚନ୍ଦ୍ରଚୂଡ଼,କେନ୍ଦ୍ରକୁ ସୁପ୍ରିମ୍‌କୋର୍ଟଙ୍କ ଚିଠି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ସରକାରୀ ବାସଭବନ ଛାଡୁନାହାନ୍ତି ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି (ସିଜେଆଇ) ଡି.ଓ୍ବାଇ. ଚନ୍ଦ୍ରଚୂଡ଼। ଏଭଳି ଅଭିଯୋଗ ଆଣିଛି ସୁପ୍ରିମକୋର୍ଟ ପ୍ରଶାସନ। ଏ ନେଇ ପ୍ରଶାସନ ପକ୍ଷରୁ କେନ୍ଦ୍ର ସରକାରଙ୍କ ଗୃହ ଏବଂ ନଗର ଉନ୍ନୟନ ମନ୍ତ୍ରଣାଳୟକୁ ଚିଠି ଲେଖି ଘର ଖାଲି କରାଇ ସୁପ୍ରିମକୋର୍ଟଙ୍କୁ ହସ୍ତାନ୍ତର କରିବାକୁ କୁହାଯାଇଛି। ବର୍ତ୍ତମାନର ସିଜେଆଇ ଜଷ୍ଟିସ ବି.ଆର. ଗଭାଇଙ୍କ ଅଧୀନରେ କାର୍ଯ୍ୟ କରୁଥିବା ସୁପ୍ରିମକୋର୍ଟ ପ୍ରଶାସନ ପକ୍ଷରୁ କରାଯାଇଥିବା ଅଭିଯୋଗ ପତ୍ରରେ ଦର୍ଶାଯାଇଛି ଯେ, ଚନ୍ଦ୍ରଚୂଡ଼ ୨୦୨୪ ନଭେମ୍ବର ୧୦ରେ ଅବସର ଗ୍ରହଣ କରିଥିଲେ। କାର୍ଯ୍ୟକାଳ ସମୟରେ ସେ କ୍ରିଷ୍ଣା ମେନନ ମାର୍ଗରେ ଅବସ୍ଥିତ ସରକାରୀ ବାସଭବନରେ ରହୁଥିଲେ। ଅବସର ପରେ ତାଙ୍କୁ ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ସେଠାରେ ରହିବାକୁ ଅନୁମତି ଦିଆଯାଇଥିଲା। ମେ ପହିଲାରେ ଏହି ଅବଧି ଶେଷ ହେଉଥିବାବେଳେ ଚନ୍ଦ୍ରଚୂଡ଼ ଧାର୍ଯ୍ୟ ସମୟଠାରୁ ଅଧିକ ଦିନ ଧରି ସେଠାରେ ରହିଆସୁଛନ୍ତି। ତେଣୁ ତାହାକୁ ଖାଲି କରାଯାଇ କୋର୍ଟଙ୍କ ଗୃହ ବିଭାଗକୁ ହସ୍ତାନ୍ତର କରାଯାଉ ବୋଲି ଚିଠିରେ କୁହାଯାଇଛି।

Breaking News