ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
୧୯ ବର୍ଷରୁ କମ ଭାରତୀୟ ଟିମ୍ର ପୂର୍ବତନ ଅଧିନାୟକ ଅଭି ବାରୋଟଙ୍କ ଅକାଳ ବିୟୋଗ ଘଟିଛି । ଅଧାରେ ରହିଯାଇଛି ଭାରତ ପାଇଁ ଖେଳିବାକୁ ସ୍ୱପ୍ନ । ମାତ୍ର ୨୯ ବର୍ଷ ବୟସରେ ହୃଦଘାତରେ ଅଭିଙ୍କର ପରଲୋକ ହୋଇଛି । ଅଣ୍ଡର -୧୯ ଦଳର ସେ ଅଧିନାୟକ ଥିଲେ ଓ ସୌରାଷ୍ଟ୍ର ପାଇଁ ଘରୋଇ ମ୍ୟାଚ୍ ଖେଳୁଥିଲେ | ଏହି ବର୍ଷ ସେ ସୟଦ ମୁସ୍ତାକ ଅଲି ଟ୍ରଫିରେ ମଧ୍ୟ ଏକ ଶତକ ହାସଲ କରିଥିଲେ | ଦିନଥିଲା ସେ ୧୯ ବର୍ଷରୁ କମ ଭାରତୀୟ ଟିମ୍ର କ୍ୟାପଟେନ ଥିଲେ । ହେଲେ ଭାରତର ସିନିୟର ଟିମ୍ରେ ଖେଳିବା ପୂର୍ବରୁ ତାଙ୍କର ଜୀବନ ଦୀପ ଲିଭିଯାଇଛି ।
ଅଭିଙ୍କ ମୃତ୍ୟୁ ସମ୍ପର୍କରେ ସୌରାଷ୍ଟ୍ର କ୍ରିକେଟ ଆସୋସିଏସନ ସୂଚନା ଦେଇଛି । ଅଭିଙ୍କ ଅକାଳ ବିୟୋଗରେ ପୂରା ସୌରାଷ୍ଟ୍ର କ୍ରିକେଟ ଆସୋସିଏସନ ସ୍ତବ୍ଧ ହୋଇ ଯାଇଛି । ହୃଦଘାତ ଯୋଗୁ ଅକ୍ଟୋବର ୧୫ ତାରିଖ ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ଘଟିଛି । ହୃଦଘାତ ପରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା । କିନ୍ତୁ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଦୁଃଖର କଥା ହେଲା କି ଅଭି ଙ୍କ ପତ୍ନୀ ନିଧୀ ବର୍ତ୍ତମାନ ୪ ମାସର ଗର୍ଭବତୀ ଓ ବିଧବା ମା’ ଅଛନ୍ତି। ଅଭିଙ୍କ ବାପାଙ୍କର ମଧ୍ୟ କିଛି ବର୍ଷ ପୂର୍ବେ ୪୦ ବର୍ଷ ବୟସରେ ଦୃଦଘାତରେ ପରଲୋକ ହୋଇଥିଲା।
More Stories
ଭଙ୍ଗାଯିବ ବିବାଦୀୟ ବୈକୁଣ୍ଠଧାମ ଆଶ୍ରମ…..
ବିଧାୟକଙ୍କୁ ଆକ୍ରମଣ ଘଟଣାରେ ୧୦ ଗିରଫ…..
ବିଜେଡି ପୁଣି ସରକାରକୁ ଫେରିବା ଅବାସ୍ତବ କଥା….