ରିପୋର୍ଟ କାର୍ଡ / ବରଗଡ଼
୬୭ ବର୍ଷ ବୟସରେ ପୂର୍ବତନ ମନ୍ତ୍ରୀ ରିପୁନାଥ ସେଠ୍ଙ୍କ ପରଲୋକ ହୋଇଛି । ବରିଷ୍ଠ କଂଗ୍ରେସ ନେତା ରିପୁନାଥ ସେଠ୍ଙ୍କ ହୃଦଘାତରେ ଏକ ଘରୋଇ ହସ୍ପିଟାଲରେ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁର ଖବର ଶୁଣି ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି । ଖବର ଅନୁଯାୟୀ, ଆଜି ସକାଳେ ରିପୁନାଥ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ପରିବାର ଲୋକେ ତାଙ୍କୁ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ରିପୁନାଥଙ୍କର ହାର୍ଟଷ୍ଟ୍ରୋକ୍ରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସେ କଂଗ୍ରେସରୁ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ। ସେ ରାଜୀବ ଗାନ୍ଧୀଙ୍କ ଅନୁପ୍ରାଣରେ ଅନୁମୋଦିତ ହୋଇ ସେ କଂଗ୍ରେସରେ ଯୋଗ ଦେଇଥିଲେ। ୧୯୯୨ ମସିହାରେ ବରପାଲି ଏନ୍ଏସିରେ ରିପୁନାଥ ଚେୟାରମ୍ୟାନ୍ ହୋଇଥିଲେ। ପରେ ୧୯୯୫ ମସିହାରେ ବିଧାନସଭା ନିର୍ବାଚନରେ ବିଜେପୁର ଆସନରୁ କଂଗ୍ରେସ ଟିକେଟରେ ନିର୍ବାଚିତ ହୋଇଥିଲେ।୧୯୯୫-୨୦୦୦ ମସିହା ପର୍ଯ୍ୟନ୍ତ ରିପୁନାଥ ବିଦ୍ୟାଳୟ ଓ ଗଣଶିକ୍ଷା ଶିକ୍ଷାମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ। ୨୦୧୯ ସାଧାରଣ ନିର୍ବାଚନରେ ବିଜେପୁର ଆସନରୁ କଂଗ୍ରେସ ପ୍ରାର୍ଥୀଭାବେ ଲଢିଥିଲେ। ସେ କଂଗ୍ରେସର ଜଣେ ଟାଣୁଆ ନେତା ଥିଲେ। ସେ ଛାତ୍ର ଓ ଯୁବନେତାଙ୍କ ପାଇଁ ପ୍ରେରଣା ଥିଲେ।
More Stories
ଆଜି ହେରାପଞ୍ଚମୀ ନୀତି,ନନ୍ଦିଘୋଷ ରଥ ଭାଙ୍ଗିବେ ମହାଲକ୍ଷ୍ମୀ…..
ଓଡ଼ିଶା ଆସିବେ ରାଷ୍ଟ୍ରପତି….
ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ପରେ ନିଷ୍ପତ୍ତିକୁ ସ୍ଥଗିତ କଲା ଓଏସ ସଂଘ ….