ରିପୋର୍ଟ କାର୍ଡ / କଟକ
ଛତ୍ରପୁର ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀଙ୍କ ଧାର୍ଯ୍ୟ ଜରିମନା ଉପରେ ରହିତାଦେଶ ଜାରି ହୋଇଛି । ନିମ୍ନ ଅଦାଲତଙ୍କୁ ହାଇକୋର୍ଟ ରେକର୍ଡ ତଲବ କରିଛନ୍ତି । ନିମ୍ନ ଅଦାଲତଙ୍କ ରାୟକୁ ନାରାୟଣ ରେଡ୍ଡୀ ଚ୍ୟାଲେଞ୍ଜ କରିଛନ୍ତି । ଏକ ଅପରାଧିକ ମାମଲାରେ ନାରାୟଣ ରେଡ୍ଡୀ ଦଣ୍ଡିତ ହୋଇଛନ୍ତି । ପୋଲିସ ଅଫିସର ହତ୍ୟାକାଣ୍ଡରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଆଜୀବନ କରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମନା କରିଛନ୍ତି ସେସନ୍ସ କୋର୍ଟ । ସେସନ୍ସ କୋର୍ଟ ରାୟକୁ ଚ୍ୟାଲେଞ୍ଜ କରି ନାରାୟଣ ରେଡ୍ଡୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଗତ ୧୯୯୮ ଜୁନ୍ ୧୮ ତାରିଖରେ ଟାଟା ଜମି ଅଧିଗ୍ରହଣ ସମୟରେ ପୋଲିସ-ଜନସାଧାରଣ ମଧ୍ୟରେ ସଂଘର୍ଷ ଘଟିଥିଲା । ଏହି ସଂଘର୍ଷରେ ଗଞ୍ଜାମ ପୋଲିସ ଜିଲ୍ଲାର କର୍ଯ୍ୟରତ ତତ୍କାଳୀନ ରିଜର୍ଭ ଇନ୍ସପେକ୍ଟର ବିନୟ ମେହେରଙ୍କୁ ଆନ୍ଦୋଳନକାରୀ ହତ୍ୟା କରିଥିଲେ । ଏହାସହ ଜିଲ୍ଲାପାଳ ଓ ଏସପିଙ୍କ ସିକ୍ୟୁରିଟି ଅଧିକାରୀଙ୍କୁ ହତ୍ୟ ଉଦ୍ୟମ କରାଯାଇଥିଲା । ରିଜର୍ଭ ଇନ୍ସପେକ୍ଟର ବିନୟ ମେହେରଙ୍କୁ ହତ୍ୟା ଘଟଣାରେ ଛତ୍ରପୁର ଥାନାରେ ୧୧୫/୧୮୯୮ରେ ଦଫା ୩୦୨ ଅନୁସାରେ ମାମଲା ରୁଜୁ ହୋଇଥିଲା । ଛତ୍ରପୁରର ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀଙ୍କ ସହ ୨୨ ଜଣଙ୍କ ନାମରେ ମାମଲା ରୁଜୁ କରିଥିଲା ପୋଲିସ । ମାମଲାର ବିଚାରଣା ସମୟରେ ୨୨ ଜଣଙ୍କ ମଧ୍ୟରୁ ୮ ଜଣଙ୍କ ମୃତ୍ୟୁ ହୋଇସାରିଛି ।






More Stories
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..