ରିପୋର୍ଟ କାର୍ଡ / ଜଗତସିଂହପୁର
ବାଲିକୁଦାର ପୂର୍ବତନ ବିଧାୟକ ଉମେଶ ସ୍ୱାଇଁଙ୍କ ପରଲୋକ ହୋଇଛି। ଭୁବନେଶ୍ୱର ସ୍ଥିତ ବାସଭବନରେ ହୃଦ୍ଘାତରେ ଉମେଶଙ୍କ ଦେହାନ୍ତ ହୋଇଥିବା ସୂଚନା ମିଳିଛି। ଜଗତସିଂହପୁର-ବାଲିକୁଦାର ପୂର୍ବତନ ବିଧାୟକ ତଥା ବରିଷ୍ଠ ନେତା ଉମେଶ ଚନ୍ଦ୍ର ସ୍ବାଇଁଙ୍କର ୮୯ ବର୍ଷ ବୟସରେ ଦେହାନ୍ତ ହୋଇଛି । ସୂଚନା ଅନୁସାରେ- ଉମେଶ ସ୍ୱାଇଁ ବାଲିକୁଦା ନିର୍ବାଚନ ମଣ୍ଡଳିରୁ ୪ ଥର ବିଧାୟକ ଭାବେ ଜିତିଥିଲେ । ପ୍ରଥମେ ୧୯୭୭ରୁ ୧୯୮୦ , ୧୯୯୦ରୁ ୧୯୯୫, ୨୦୦୦ରୁ ୨୦୦୫ ଓ ୨୦୦୫ରୁ ୨୦୦୯ ପର୍ଯ୍ୟନ୍ତ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ ଉମେଶ । ନିଜ କାର୍ଯ୍ୟକାଳ ସମୟରେ ଅନେକ ଉନ୍ନତିମୂଳକ କାର୍ଯ୍ୟ କରି ଲୋକଙ୍କ ଗହଣରେ ବେଶ୍ ପରିଚିତ ହୋଇଥିଲେ । ଜଗତସିଂହପୁର ମାଛଗାଁ ଠାରେ ଜନ୍ମ ଗ୍ରହଣ କରିଥିବା ଉମେଶ ସ୍ୱାଇଁ ସାରା ଜିଲ୍ଲାରେ ଜଣେ ବେଶ୍ ଲୋକପ୍ରିୟ ରାଜନେତା ଭାବରେ ପରିଚିତ ଥିଲେ । ତାଙ୍କର ବିୟୋଗରେ ସାରା ଜଗତସିଂହପୁର ଜିଲ୍ଲାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ତାଙ୍କର ମର ଶରୀର ଜନ୍ମ ମାଟି ମାଛଗାଁକୁ ଅଣାଯିବା ପରେ ସେଠାରେ ଶେଷକୃତ୍ୟ ସଂପନ୍ନ କରାଯିବ ।






More Stories
ବିଦ୍ୟୁତ୍ ଉପଭୋକ୍ତାଙ୍କ ପାଇଁ ବଡ଼ ଘୋଷଣା…..
ବଙ୍ଗାଳୀ ଶ୍ରମିକଙ୍କୁ ହତ୍ୟା ,୬ ଗିରଫ…..
ଜଳିଗଲା ବସ୍,୧୦ ମୃତ……