ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କର୍ଣ୍ଣାଟକର ସାଂସଦ-ବିଧାୟକ କୋର୍ଟ ଜେଡିଏସ୍ ର ପୂର୍ବତନ ସାଂସଦ ପ୍ରଜ୍ୱଳ ରେଭାନ୍ନାଙ୍କୁ ବଡ ଝଟକା ଲାଗିଛି । ଯୌନ ଶୋଷଣ ଓ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି କୋର୍ଟ । ଯେତେବେଳେ କୋର୍ଟ ରାୟ ଶୁଣାଣିଲେ ପ୍ରଜ୍ୱଳ ନିୟନ୍ତ୍ରଣ ହରାଇ କାନ୍ଦିବାରେ ଲାଗିଥିଲେ । ଆସନ୍ତାକାଲି ଅର୍ଥାତ୍ ଅଗଷ୍ଟ ୨ରେ ଦଣ୍ଡ ଘୋଷଣା କରାଯିବ ବୋଲି କୋର୍ଟ କହିଛନ୍ତି । ରେଭାନ୍ନାଙ୍କ ବିରୋଧରେ ହାସନ ଜିଲାର ହୋଲେନରସିପୁରାର ଏକ ଫାର୍ମହାଉସର ଜଣେ ସହାୟିକାଙ୍କୁ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି । ରେଭାନ୍ନା ଗତ ୧୪ମାସ ହେବ ଜେଲରେ ରହିଛନ୍ତି । ପୂର୍ବତନ ସାଂସଦ ପ୍ରଜ୍ୱଳ ରେଭାନ୍ନା ହେଉଛନ୍ତି ଦେବେଗୌଡା ପରିବାରର ନାତି । ତାଙ୍କ ବିରୋଧରେ କେବଳ ଜଣେ ନୁହେଁ ବରଂ ଅନେକ ମହିଳାଙ୍କୁ ଯୌନ ଶୋଷଣ ଏବଂ ଦୁଷ୍କର୍ମ ଅଭିଯୋଗ ହୋଇଥିଲା। ଏହାସହିତ ଅନେକ ଆପତ୍ତିଜନକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ମାମଲା ଆହୁରି ତୀବ୍ର ହୋଇଥିଲା । ଏହାପରେ ପୋଲିସ ତାଙ୍କ ବିରୋଧରେ ମାମଲା ରୁଜୁ କରି ଗିରଫ କରିଥିଲା ।






More Stories
ଇଣ୍ଡୋନେସିଆରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ‘ବିତାଙ୍ଗ ଆଦିପୂର୍ଣ୍ଣ’ ସମ୍ମାନ……
ଅଗ୍ନିବୀର ନିଯୁକ୍ତି ପାଇଁ ଆସୁଛି ନୂଆ ନିୟମ…..
ପ୍ରେମିକ ସହ ମିଶି ସ୍ବାମୀ କୁ ହତ୍ୟା କଲା ସ୍ତ୍ରୀ…..