ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶୁଳ୍କ ମାଡ଼ର ଜବାବ ଦେଲା ଭାରତ। ଲଢ଼ୁଆ ବିମାନ କିିଣିବା ଡିଲ୍କୁ ବାତିଲ କଲେ ଭାରତ ସରକାର। ଭାରତ ଉପରେ ୨୫ପ୍ରତିଶତ ଶୁଳ୍କ ଲାଗୁ କରିବାକୁ ନିଷ୍ପତ୍ତି ନେଇ ସାରିଛନ୍ତି ଟ୍ରମ୍ପ। ଅଗଷ୍ଟ ୧ ପରିବର୍ତ୍ତେ ୭ରୁ ଏହି ଶୁଳ୍କ ଲାଗୁ ହେବ ବୋଲି କୁହାଯାଉଛି। ଏହି ସମୟରେ, ଭାରତ ଏକ ବଡ଼ ନିଷ୍ପତ୍ତି ନେଇଛି। ବ୍ଲୁମବର୍ଗର ଏକ ରିପୋର୍ଟ ଅନୁଯାୟୀ, ଏହି ଡିଲ୍ ସହ ଜଡ଼ିତ ଅଧିକାରୀମାନେ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି ଯେ, ଭାରତ ଆମେରିକାରୁ ଏଫ୍-୩୫ ଯୁଦ୍ଧ ବିମାନ କିଣିବ ନାହିଁ। ଫେବ୍ରୁଆରିରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହ୍ୱାଇଟ୍ ହାଉସ୍ ଗସ୍ତ ସମୟରେ ଟ୍ରମ୍ପ ଭାରତକୁ ଏହି ମହଙ୍ଗା ଯୁଦ୍ଧ ବିମାନ ବିକ୍ରି କରିବାକୁ ପ୍ରସ୍ତାବ ଦେଇଥିଲେ। ତେବେ ଭାରତୀୟ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଏ ବିଷୟରେ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଆସିନାହିଁ।






More Stories
ଦେଶ ହେବ ନିଶାମୁକ୍ତ…..
ରୁପା ଆମଦାନୀ ଉପରେ କଟକଣା……
ଯିଏ ଚାହିଁବ ଦଳ ଛାଡ଼ି ପାରିବ…..