ରିପୋର୍ଟ କାର୍ଡ / ଭୁବନେଶ୍ୱର
ପୂର୍ବତନ ବାଚସ୍ପତି ମହେଶ୍ବର ମହାନ୍ତିଙ୍କ ପରଲୋକ ଘଟିଛି । ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ୬୭ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗକରିଛନ୍ତି। ମଙ୍ଗଳବାର ଭୋର ବିୟୋଗ ହୋଇଥିବା ସୂଚନା ମିଳିଛି । ଗତ ୩୧ ତାରିଖରୁ ସେ ଚିକିତ୍ସାଧୀନ ଥିଲେ । ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳି ଯାଇଛି। ମହେଶ୍ବର ମହାନ୍ତି ପୁରୀ ବିଧାନସଭା ଆସନରୁ ଲଗାତାର ୫ ଥର ନିର୍ବାଚିତ ହୋଇଥିଲେ। ୧୯୯୫ରୁ ୨୦୧୯ ପର୍ଯ୍ୟନ୍ତ ସେ ପୁରୀରୁ ରାଜ୍ୟ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାରରେ ସେ ବିଭିନ୍ନ କ୍ୟାବିନେଟ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ୨୦୦୪ରୁ ୨୦୦୮ ପର୍ଯ୍ୟନ୍ତ ସେ ରାଜ୍ୟ ବିଧାନସଭାର ବାଚସ୍ପତି ଦାୟିତ୍ବ ତୁଲାଇଥିଲେ । ଏବେ ସେ ପୁରୀ ଜିଲ୍ଲା ବିଜେଡି ସଭାପତି ଦାୟିତ୍ବ ତୁଲାଉଥିଲେ। ସେ ଛାତ୍ର ଜୀବନରୁ ସକ୍ରିୟ ରାଜନୀତି ଆରମ୍ଭ କରିଥିଲେ। ସ୍ୱର୍ଗତଃ ମହେଶ୍ୱର ମହାନ୍ତି ବିଧାନସଭାକୁ ନିର୍ବାଚିତ ହେବା ପୂର୍ବରୁ ପୁରୀ ପୌର ପରିଷଦର ୨ଥର ଅଧ୍ୟକ୍ଷ ଥିଲେ ।






More Stories
ଦାୟିତ୍ୱ ବାଣ୍ଟିଲେ ନବୀନ…..
ହେରିଟେଜ୍ ହ୍ରଦ ବିନ୍ଦୁ ସାଗର…..
୪ ଲକ୍ଷର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ…..