ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରାମର୍ଶଦାତା ଭାବେ ନିଯୁକ୍ତି ପାଇଛନ୍ତି ପେଟ୍ରୋଲିୟମ ମନ୍ତ୍ରଣାଳୟର ପୂର୍ବତନ ସଚିବ ତରୁଣ କପୁର। ନିଯୁକ୍ତି ସଂକ୍ରାନ୍ତୀୟ କ୍ୟାବିନେଟ କମିଟିର ନିଷ୍ପତ୍ତିକ୍ରମେ ଆଜି ତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା ଭାବେ ନିଯୁକ୍ତି ମିଳିଛି। ସେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ସଚିବ ପାହ୍ୟା ଅଧିକାରୀ ଭାବେ କାମ କରିବେ। ଦାୟିତ୍ୱ ନେବାର ୨ ବର୍ଷ ପର୍ଯ୍ୟନ୍ତ ତାଙ୍କୁ ଏହି ପଦରେ କାମ କରିବାକୁ ପଡ଼ିବ ବୋଲି ସରକାରଙ୍କ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି। ତରୁଣ କପୁର ହେଉଛନ୍ତି ମାଚଳ ପ୍ରଦେଶ କ୍ୟାଡରର ୧୯୮୭ ବ୍ୟାଚର ଆଇଏଏସ ଅଫିସର। ୨୦୨୧ ମସିହା ନଭେମ୍ବର ୩୦ରେ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟର ସଚିବ ହୋଇଥିଲେ। ଏବେ ତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା ଭାବେ ନିଯୁକ୍ତି ମିଳିଛି। ଏହାବାଦ ବରିଷ୍ଠ ପ୍ରଶାସନିକ ଅଧିକାରୀ ହରି ରଞ୍ଜନ ରାଓ ଓ ଅତୀଶ ଚନ୍ଦ୍ରଙ୍କୁ ପିଏମଓରେ ଅତିରିକ୍ତ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ଶ୍ରୀ ରାଓ ହେଉଛନ୍ତି ୧୯୯୪ ବ୍ୟାଚ୍ର ମଧ୍ୟପ୍ରଦେଶ କ୍ୟାଡର। ସେହିପରି ଅତୀଶ ଚନ୍ଦ୍ର ହେଉଛନ୍ତି ୧୯୯୪ ବ୍ୟାଚ୍ର ବିହାର କ୍ୟାଡର। ବର୍ତ୍ତମାନ ସେ ଫୁଡ୍ କର୍ପୋରେସନ ଅଫ ଇଣ୍ଡିଆର ସିଏମଡି ଭାବେ କାର୍ଯ୍ୟ କରୁଛନ୍ତି।






More Stories
ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ…..
ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ ଗିରଫ…..
କୌଣସି ଲକ୍ଡାଉନ୍ ହେବନି…..