ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦୀପରୁ ନିଆଁ ଲାଗି ଗୁରୁତର ଆହତ ହୋଇଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସ ନେତ୍ରୀ ଗିରିଜା ବ୍ୟାସ। ଗୁରୁତର ଅବସ୍ଥାରେ ତାଙ୍କୁ ଅହମ୍ମଦାବାଦର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଭାଇ ଗୋପାଳ ଶର୍ମାଙ୍କ ସୂଚନା ଅନୁସାରେ, ଗିରିଜା ପୂଜାଘରେ ଆଳତି କରୁଥିଲେ। ଏହି ସମୟରେ ତଳେ ଜଳୁଥିବା ଏକ ଦୀପରୁ ତାଙ୍କ ଶାଢ଼ିରେ ନିଆଁ ଲାଗି ଯାଇଥିଲା। ଫଳରେ ସେ ଚିତ୍କାର କରିଥିଲେ। ପରିବାର ଲୋକେ ତୁରନ୍ତ ପହଞ୍ଚି ତାଙ୍କ ଶରୀରରୁ ନିଆଁ ଲିଭାଇଥିଲେ। ପରେ ତାଙ୍କୁ ସ୍ଥାନୀୟ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରୁ ତାଙ୍କୁ ଅହମ୍ମଦାବାଦର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଗିରିଜା ରାଜସ୍ଥାନ କଂଗ୍ରେସ ଅଧ୍ୟକ୍ଷା ଭାବେ କାର୍ଯ୍ୟ ନିବାହ କରିଛନ୍ତି। ତା’ ସହିତ ସେ ଜାତୀୟ ମିହଳା ଆୟୋଗ ଅଧ୍ୟକ୍ଷା ଭାବେ ମଧ୍ୟ ନିଯୁକ୍ତ ଥିଲେ।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..