ରିପୋର୍ଟ କାର୍ଡ / ନବରଙ୍ଗପୁର
ଶୌଚାଳୟ ଟାଙ୍କିରେ କାମ କରୁଥିବାବେଳେ ଚାଲିଗଲା ୪ ଶ୍ରମିକଙ୍କ ଜୀବନ। ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ପଡ଼ାଲଗୁଡ଼ା ଗ୍ରାମରେ ଘଟିଛି ଏହି ଅଭାବନୀୟ ଘଟଣା। ମୃତକମାନେ ହେଲେ ଲାଲୁ ରଣା, ତ୍ରିଲୋଚନ ଭରତ, ଏନ. ସନ୍ତୁ ଏବଂ ଅମିର ଖୁରା। ପଡ଼ାଲଗୁଡ଼ା ଗାଁରେ ମଙ୍ଗଳବାର ଏକ ପାଇଖାନା ଟାଙ୍କି ତିଆରିରେ ଏହି ଶ୍ରମିକମାନେ ନିୟୋଜିତ ଥିଲେ। କାମ ଚାଲିଥିବା ସମୟରେ ଅମ୍ଳଜାନ ଅଭାବରୁ ୪ ଶ୍ରମିକ ସେହିଠାରେ ଟଳି ପଡ଼ିଥିଲେ। ଖବରପାଇ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ। ହେଲେ ସେମାନଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।






More Stories
ଏମିତି ବଜେଟ୍ କେବେ ଦେଖିନି……
ବିଜେଡିରୁ ନିଲମ୍ବନ ହେଲେ ଶଶୀ…..
ରାଷ୍ଟ୍ରପତିଙ୍କ ଗସ୍ତ:ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରସ୍ତୁତି ଆରମ୍ଭ…..