ରିପୋର୍ଟ କାର୍ଡ / ନବରଙ୍ଗପୁର
ଶୌଚାଳୟ ଟାଙ୍କିରେ କାମ କରୁଥିବାବେଳେ ଚାଲିଗଲା ୪ ଶ୍ରମିକଙ୍କ ଜୀବନ। ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ପଡ଼ାଲଗୁଡ଼ା ଗ୍ରାମରେ ଘଟିଛି ଏହି ଅଭାବନୀୟ ଘଟଣା। ମୃତକମାନେ ହେଲେ ଲାଲୁ ରଣା, ତ୍ରିଲୋଚନ ଭରତ, ଏନ. ସନ୍ତୁ ଏବଂ ଅମିର ଖୁରା। ପଡ଼ାଲଗୁଡ଼ା ଗାଁରେ ମଙ୍ଗଳବାର ଏକ ପାଇଖାନା ଟାଙ୍କି ତିଆରିରେ ଏହି ଶ୍ରମିକମାନେ ନିୟୋଜିତ ଥିଲେ। କାମ ଚାଲିଥିବା ସମୟରେ ଅମ୍ଳଜାନ ଅଭାବରୁ ୪ ଶ୍ରମିକ ସେହିଠାରେ ଟଳି ପଡ଼ିଥିଲେ। ଖବରପାଇ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ। ହେଲେ ସେମାନଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।






More Stories
୯୫ ଆସନରେ ଲଢ଼ିବ କଂଗ୍ରେସ…..
ପଖାଳ ଦିବସ…..
ନବୀନଙ୍କ ନିର୍ଦ୍ଦେଶରେ ଭୋଟ୍ ଦେଇଛି…..