Report Card Odisha

| Daily Odia News

ଗଠନ ହେବ ଆଉ ୪ ନୂଆ ତହସିଲ……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ତୃଣମୂଳ ସ୍ତରରେ ପ୍ରଶାସନିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ସେବା ଯୋଗାଣକୁ ଅଧିକ କାର୍ଯ୍ୟକ୍ଷମ କରିବା ଲକ୍ଷ୍ୟରେ ଓଡ଼ିଶା ସରକାର ରାଜ୍ୟରେ ଆଉ ୪ଟି ନୂତନ ତହସିଲ ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ନୂତନ ତହସିଲଗୁଡ଼ିକୁ ମିଶାଇଲେ ରାଜ୍ୟରେ ମୋଟ ତହସିଲ ସଂଖ୍ୟା ୩୧୭ରୁ ବୃଦ୍ଧି ପାଇ ୩୨୧ ହେବ। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏହି ନୂତନ ପ୍ରଶାସନିକ ୟୁନିଟ୍ ପ୍ରତିଷ୍ଠା ନେଇ ତିନୋଟି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଚିଠି ଜାରି କରାଯାଇଛି। ନୂତନ ୪ଟି ତହସିଲ ମଧ୍ୟରୁ ଦୁଇଟି ଭୁବନେଶ୍ୱରରେ ପ୍ରତିଷ୍ଠା ହେବ। ଅବଶିଷ୍ଟ ଗୋଟିଏ କଟକରେ ଏବଂ ଗୋଟିଏ ସମ୍ବଲପୁର ଜିଲ୍ଲାରେ ଗଠନ କରାଯିବ। ଜିଲ୍ଲାପାଳମାନଙ୍କୁ ନୂତନ ତହସିଲ ଗଠନ ପାଇଁ ବିଧିବଦ୍ଧ ପ୍ରଣାଳୀ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହିତ ସମ୍ପୃକ୍ତ ରାଜସ୍ୱ କମିଶନର (RDC)ମାନଙ୍କୁ ମଧ୍ୟ ସାତ ଦିନ ମଧ୍ୟରେ ଆବଶ୍ୟକୀୟ ପ୍ରକ୍ରିୟା ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Breaking News