ରିପୋର୍ଟ କାର୍ଡ / ଭୁବନେଶ୍ୱର
“ଏକ ସୁସ୍ଥ ଓ ସୁନ୍ଦର ଶରୀର ପାଇଁ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ଜରୁରୀ ଅଟେ”| କୋଭିଡ ପରବର୍ତ୍ତୀ ଜଟିଳ ପରିସ୍ଥିତିରେ ବିଦ୍ୟାଳୟର ଶିକ୍ଷକଶିକ୍ଷୟିତ୍ରୀ ତଥା କର୍ମଚାରୀମାନଙ୍କ ମଧ୍ୟରେ ଉପୁଜୁଥିବା ସ୍ୱାସ୍ଥ୍ୟଜନିତ ବିଭିନ୍ନ ସମସ୍ୟାର ନିରାକରଣ ନିମନ୍ତେ ଏକ ବଳିଷ୍ଠ ପଦକ୍ଷେପ ସ୍ୱରୂପ ଡି.ଏ.ଭି କଳିଙ୍ଗ ନଗରରେ ଅନୁଷ୍ଠିତ ହୋଇଯାଇଛି ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର । ଛାତ୍ରଛାତ୍ରୀମାନଙ୍କ ଶୈକ୍ଷିକ ମାନଦଣ୍ଡ ତଥା ଆଗାମୀ ବାର୍ଷିକ ପରୀକ୍ଷାକୁ ଦୃଷ୍ଟିରେ ରଖି ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ବିପିନ କୁମାର ସାହୁ ଏହି ସ୍ୱାସ୍ଥ୍ୟ ପରୀକ୍ଷା ଶିବିରକୁ ଉଦ୍ଘାଟନ କରିଥିଲେ । ଏକ ସୁସ୍ଥ ଓ ସୁନ୍ଦର ଶରୀର ପାଇଁ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷାର ଆବଶ୍ୟକତା ରହିଛି ବୋଲି ସେ ଅଭିଭାଷଣରେ ମତବ୍ୟକ୍ତ କରିଥିଲେ । ବୀମା ସଂସ୍ଥା “ନିୟୁ ଇଣ୍ଡିଆ ଆସୁରାନ୍ସ କୋ ଲିମିଟେଡ୍” ଦ୍ୱାରା ଅୟୋଜିତ ଏହି ସ୍ୱାସ୍ଥ୍ୟ ଶିବିରରେ ଅନ୍ୟତମ ଅଗ୍ରଣୀ ହସ୍ପିଟାଲ ସମ୍ ଅଲଟିମେଟ ମେଡିକେୟାରର ଭେଷଜ ବିଭାଗର ଡାକ୍ତର ପ୍ରମୋଦ କୁମାର ଟୁଡୁ, ଚକ୍ଷୁ ବିଶେଷଜ୍ଞ ଡାକ୍ତର ନିବେଦିତା ସାହୁ, ହୃଦରୋଗ ସହାୟକ ଶୁଭଶ୍ରୀ ଦାସ, ଷ୍ଟାଫ ନର୍ସ ଅମିତା କୁମାରୀ ରାଉତ,ପ୍ରଭାତୀ ଦାସ, ପ୍ରିୟଙ୍କା ସ୍ୱାଇଁ ପ୍ରମୁଖ ଇ.ସି.ଜି, ଏସ୍ ପି ଓ, ବ୍ଲଡ ସୁଗାର, ବ୍ଲଡ ପ୍ରେସର, ବି.ଏମ.ଆଇ ପରୀକ୍ଷା ସହ ଚକ୍ଷୁ ଓ ସାଧାରଣ ସ୍ୱାସ୍ଥ୍ୟ ପରାମର୍ଶ ଇତ୍ୟାଦି ଦେଇଥିଲେ ।
ନିୟୁ ଇଣ୍ଡିଆ ଆସୁରାନ୍ସ କୋ ଲିମିଟେଡ୍ର ବରିଷ୍ଠ ଶାଖା ପରିଚାଳକ ଅନୂପ ପଟ୍ଟନାୟକ, ସଭ୍ୟ ପ୍ରଦୀପ୍ତ କୁମାର ପରିଡା, ହେରିଟେଜ୍ ହେଲ୍ଥ ଇନସୁରାନ୍ସର ବିରୁପାକ୍ଷ ପାତ୍ର ଏବଂ ସମ୍ ଅଲଟିମେଟ୍ ବାଣିଜ୍ୟ ବିଭାଗର ଉତ୍କଳ ରଞ୍ଜନ ଦାଶ ତଥା ବିଦ୍ୟାଳୟର ହେଲଥ୍ ୱଲେନେସ୍ର ସଦସ୍ୟ ପ୍ରମୁଖ ଏହି ଶିବିର ପରିଚାଳନାରେ ସହଯୋଗ କରିଥିଲେ । ଏଠାରେ ପ୍ରକାଶ ଥାଉ କି, ଏକ ଦୃଷ୍ଟାନ୍ତମୂଳକ ପଦକ୍ଷେପ ସ୍ୱରୂପ ଡି.ଏ.ଭି ଆଞ୍ଚଳିକ ନିର୍ଦ୍ଦେଶାଳୟ, ଜୋନ୍ – ୧ ଅଧୀନସ୍ଥ ସମସ୍ତ ବିଦ୍ୟାଳୟର ଶିକ୍ଷକଶିକ୍ଷୟିତ୍ରୀ ଓ କର୍ମଚାରୀ ମାନଙ୍କ ପାଇଁ ମାଗଣା ସ୍ୱାସ୍ଥ୍ୟ ବୀମା ସୁବିଧା ଉପଲବ୍ଧ କରାଯିବା ସହ ଏହିପରି ପ୍ରତିବର୍ଷ ସମସ୍ତଙ୍କ ପାଇଁ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଆୟୋଜନ କରାଯିବର ବ୍ୟବସ୍ଥା କରାଯାଇଛି । ବିଦ୍ୟାଳୟର ଏଭଳି ଏକ ମହତ ପଦକ୍ଷେପ ପାଇଁ ଆଞ୍ଚଳିକ ନିର୍ଦ୍ଦେଶକ ଶ୍ରୀଯୁକ୍ତ କେଶବ ଚନ୍ଦ୍ର ଶତପଥୀ ଏବଂ ଚେୟାରମ୍ୟାନ ଶ୍ରୀଯୁକ୍ତ ମଦନ ମୋହନ ପଣ୍ଡା ସାଧୁବାଦ ଜଣାଇଛନ୍ତି ।
More Stories
୧୦ ଫୁଟ ତଳକୁ ଖସିଲା ବସ୍,ଜଣେ ମୃତ,୬ ଗୁରୁତର……
ରାଜା ଚକ୍ର ଗିରଫ,୧୮୫ କୋଟି ଟଙ୍କାର ଘୋଟାଲା…..
କଳ୍ପନା ଏବଂ ମ୍ୟୁଜିୟମ୍ ଛକରେ ନିର୍ମାଣ ହେବ ଫ୍ଲାଏଓଭର୍…..