ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶର କୋଟି କୋଟି ଗରିବ ହିତାଧିକାରୀଙ୍କୁ ଖୁସି ଖବର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ଡିସେମ୍ବର ମାସ ପର୍ଯ୍ୟନ୍ତ ମାଗଣା ରାସନ ଯୋଜନା ୩ ମାସ ପାଇଁ ବୃଦ୍ଧି କରାଯାଇଛି । ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଆଜି ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ରେ ଉପଭୋକ୍ତାମାନେ ଏହି ଫାଇଦା ଉଠାଇ ପାରିବେ । ସୂଚନାଯୋଗ୍ୟ ଯେ, ଗତ ୨୦୨୦ ମସିହା ମାର୍ଚ୍ଚ ମାସରେ କେନ୍ଦ୍ର ସରକାର ମାଗଣା ରାସନ ଯୋଜନାର ଶୁଭାରମ୍ଭ କରିଥିଲେ । ପରେ ମାର୍ଚ୍ଚ ମାସରୁ ଆଉ ୬ ମାସ ପାଇଁ ଏହି ଯୋଜନାକୁ ବଢ଼ାଇ ଦିଆଯାଇଥିଲା । ଏବେ ପୁଣି ଥରେ କେନ୍ଦ୍ର ସରକାର ୩ ମାସ ପାଇଁ ମାଗଣା ରାସନ ଯୋଜନା ବୃଦ୍ଧି କରିଛନ୍ତି । ଏହାଫଳରେ କର୍ମଚାରୀମାନେ ଆସନ୍ତା ଡିସେମ୍ବର ମାସ ପର୍ଯ୍ୟନ୍ତ ଏହି ଯୋଜନାର ଫାଇଦା ଉଠାଇ ପାରିବେ । ଏହି ସ୍କିମରେ ଦେଶର ପାଖାପାଖି ୮୦ କୋଟି ଲୋକଙ୍କୁ ଫ୍ରି ରାସନ ପ୍ରଦାନ କରାଯାଇଥିଲା । ଏଥିରେ ପ୍ରତ୍ୟେକ ମାସରେ ଲୋକଙ୍କୁ ୫ କେଜି ଫ୍ରି ରାସନ ମିଳିଥାଏ । ପୁଣି ଥରେ ମାଗଣା ରାସନ ଯୋଜନାକୁ ବୃଦ୍ଧି କରାଯିବା ପୂର୍ବରୁ ଅନେକ ଚର୍ଚ୍ଚା ହେଉଥିଲା । ଏବେ ଉକ୍ତ ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । କୋଟି କୋଟି ଗରିବ ଉପଭୋକ୍ତାଙ୍କୁ ମୋଦୀ ସରକାର ଦଶହରା ଭେଟି ଦେଇଛନ୍ତି ।






More Stories
ବିଦେଶୀ ପ୍ରତିନିଧିଙ୍କ ଠାରୁ ବିରୋଧୀ ଦଳଙ୍କୁ ଦୂରେଇ ରଖାଯାଉଛି,ପୁରୁଣା ପରମ୍ପରା ଭାଙ୍ଗିଦେଉଛନ୍ତି……
ପୁରୁଣା ଆପାର୍ଟମେଣ୍ଟ ବିକ୍ରି ପ୍ରକ୍ରିୟା ସହଜ କଲେ ରାଜ୍ୟ ସରକାର…..
ଆଜି କାଉଣ୍ଟରରେ ଟିକଟ ବିକ୍ରି……