Report Card Odisha

| Daily Odia News

୩ ମାସ ଯାଏଁ ମିଳିବ ମାଗଣା ଚାଉଳ ,ତେଲ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଉତ୍ତରପ୍ରଦେଶରେ ୨ୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଶପଥ ନେଇଛନ୍ତି । ଆଜି ହେଉଥିବା ପ୍ରଥମ କ୍ୟାବିନେଟ୍‍ ବୈଠକରେ ଯୋଗୀ ବଡଧରଣର ନିଷ୍ପତ୍ତି ନେଇଛନ୍ତି। କରୋନା ମହାମାରୀ ସମୟରେ ଆରମ୍ଭ ହୋଇଥିବା ମାଗଣା ରାସନ ଯୋଜନାକୁ ଆଉ ୩ ମାସ ଯାଏଁ ବୃଦ୍ଧି କରିଛନ୍ତି। ଆଉ ୩ ମାସ ମିଳିବ ମାଗଣା ରାସନ। ପ୍ରଥମରୁ ଏହା ମାର୍ଚ୍ଚ ୨୨ ଯାଏଁ ଜାରି କରାଯାଇଥିଲା। ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ ସମ୍ବୋଧିତ କରି କହିଛନ୍ତି, ଦେଶର ୮୦ କୋଟି ଓ ପ୍ରଦେଶର ୧୫ କୋଟି ଗରିବ ଏହି ଯୋଜନାରେ ଉପକୃତ ହେବେ। ପ୍ରଥମ କ୍ୟାବିନେଟ୍‍ ବୈଠକରେ ହୋଇଥିବା ଏହି ନିଷ୍ପତ୍ତି ଅନୁଯାୟୀ, ଗରିବଙ୍କୁ ଖାଦ୍ୟଶସ୍ୟ ସହ ଡାଲି,ଲୁଣ, ଚିନି ଓ ତେଲ ମଧ୍ୟ ଦିଆଯିବ। ଏହି ଯୋଜନାରେ ରାଜ୍ୟର ରାଜକୋଷରୁ ୩୨୭୦ କୋଟି ବ୍ୟୟ କରିବାକୁ ପଡିବ। ଏହି ନିଷ୍ପତ୍ତି ପରେ ରାଜ୍ୟର ୧୫ କୋଟି ଜନତାଙ୍କୁ ଆସନ୍ତା ୩ ମାସ ଯାଏଁ ପ୍ରଧାନମନ୍ତ୍ରୀ ଅନ୍ନ ଯୋଜନା ଅନୁଯାୟୀ ଲାଭ ମିଳିବ। ଏହା ନବଗଠିତ ସରକାରଙ୍କ ପ୍ରଥମ ନିଷ୍ପତ୍ତି। ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବ୍ୟତୀତ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ,ବ୍ରଜେଶ ପାଠକ, କ୍ୟାବିନେଟ ମନ୍ତ୍ରୀ ସ୍ୱତନ୍ତ୍ର ଦେବ ସିଂହ ମଧ୍ୟ ଉପସ୍ଥିତ ରହିଛନ୍ତି।

Breaking News