Report Card Odisha

| Daily Odia News

ଆଉ ମାଗଣା ମିଳିବ ନାହିଁ ରାସନ୍‌…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ନଭେମ୍ୱର ମାସ ପରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ହୁଏତ ଆଉ ମାଗଣାରେ ମିଳିବ ନାହିଁ ରାସନ୍‌ ସାମଗ୍ରୀ । ଶୁକ୍ରବାର ଖାଦ୍ୟ ସଚିବଙ୍କ କହିବା ମୁତାବକ ଏହି ସ୍କିମ୍‌ ଅନୁସାରେ ନଭେମ୍ୱର ମାସ ପରେ ମାଗଣାରେ ଗରିବଙ୍କୁ ରାସନ୍‌ ସାମଗ୍ରୀ ମିଳିବା ପାଇଁ ଏ ପର୍ଯ୍ୟନ୍ତ କୌଣସି ପ୍ରସ୍ତାବ ହୋଇନାହିଁ । ଗତ ବର୍ଷ ଠାରୁ କେନ୍ଦ୍ର ସରକାର ଗରିବ ପରିବାରକୁ ମାଗଣାରେ ରାସନ୍‌ ଦେବାକୁ ଘୋଷଣା କରିଥିଲେ । ଚଳିତ ବର୍ଷ ପ୍ରଧାନମନ୍ତ୍ରୀ ଏହି ସ୍କିମ୍‌କୁ ନଭେମ୍ୱରକୁ ଘୁଞ୍ଚାଇ ଦେଇଥିଲେ । ଏଥିରେ ୧.୫ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କେନ୍ଦ୍ର ସରକାର କରିବେ । ଖାଦ୍ୟ ସଚିବ ସୁଧଂଶୁ ପାଣ୍ଡେ ଶୁକ୍ରବାର ଦିନ କହିଛନ୍ତି, ଅର୍ଥନୀତି ବର୍ତ୍ତମାନ ଧିରେଧିରେ ସୁଧାର ଆଡକୁ ଗତି କରୁଛି । ଏଭଳି ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଆନ୍ନ ଯୋଜନାକୁ ବଢାଇବା ପାଇଁ କୌଣସି ଯୋଜନା ନାହିଁ। ତେଲର ଦାମ୍‌ ବୃଦ୍ଧିକୁ ନେଇ ସେ କହିଛନ୍ତି ଯେ ଦେଶର ଅନେକ ରାଜ୍ୟରେ ତେଲର ଦାମ୍‌ ହ୍ରାସ ପାଉଛି। ବିଭିନ୍ନ ସ୍ଥାନରେ ୭ ରୁ ୨୦ ଟଙ୍କା ହ୍ରାସ ହୋଇଥିବା ଦେଖାଯାଇଛି। ଖଜୁରୀ ତେଲ, ଭୂତଳ ତେଲ ଏବଂ ସୂର୍ଯ୍ୟମୁଖୀ ତେଲ ଦେଶରେ ଅଭାବ ଦେଖାଉଛି । କହି ରଖୁଛୁ ଯେ, ଗତ କିଛି ଦିନ ମଧ୍ୟରେ ଖାଇବା ତେଲର ମୁଦ୍ରାସ୍ଫୀତି ଏକ ବଡ଼ ପ୍ରସଙ୍ଗ ହୋଇଛି। ଯେଉଁଥିରେ ସରକାରଙ୍କ ଉଦ୍ୟମ ଯୋଗୁଁ ସାମାନ୍ୟ ହ୍ରାସ ଘଟିଛି, ତଥାପି ଏହାର ମୂଲ୍ୟ ଲିଟର ପିଛା ୨୦୦ରୁ ଅଧିକ ରହିଛି।

 

Breaking News