ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆସନ୍ତାକାଲି ନୂଆଦିଲ୍ଲୀରେ ପାଳନ ହେବାକୁ ଥିବା ୭୫ତମ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ | ଆଜି ସେ ଜୟପୁରରେ ପହଂଚିବା ପରେ ରାଜ୍ୟପାଳ କଲରାଜ ମିଶ୍ର ଏବଂ ମୁଖ୍ୟମନ୍ତ୍ରୀ ଭଜନ ଲାଲ ଶର୍ମା ତାଙ୍କ ସ୍ୱାଗତ କରିଥିଲେ। ଅନ୍ୟପକ୍ଷରେ, ଉତ୍ତରପ୍ରଦେଶ ବୁଲନ୍ଦସହର ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଜୟପୁରରେ ପହଂଚିବାର କାର୍ଯ୍ୟକ୍ରମ ରହିଛି। ଉଭୟ ନେତା ଅମ୍ବର ଦୁର୍ଗ, ଜନ୍ତର ମନ୍ତର ଏବଂ ହାୱା ମହଲ ପରିଦର୍ଶନ କରିବା ପରେ ସନ୍ଧ୍ୟାରେ ହୋଟେଲ ରାମବାଗ ପ୍ୟାଲେସରେ ଏକ ବୈଠକରେ ମିଳିତ ହେବେ।






More Stories
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..
ଛାତ୍ରୀଛାତ୍ରଙ୍କୁ ଟିପ୍ସ ଦେଲେ ମୋଦି…..