Report Card Odisha

| Daily Odia News

ରାତି ୧ ରୁ ଖୋଲିବ ଶ୍ରୀମନ୍ଦିର…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ନୂଆବର୍ଷ ପାଇଁ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ପୋଲିସର ପ୍ରସ୍ତୁତି ଆରମ୍ଭ ହୋଇଛି।ଶ୍ରୀକ୍ଷେତ୍ରରେ ପର୍ଯ୍ୟଟକ ତଥା ଭକ୍ତଙ୍କ ଅସମ୍ଭାଳ ଭିଡ଼ ଲାଗିଲାରହିଛି | ଏହାକୁ ଦୃଷ୍ଟିରେ ରଖି ବ୍ୟାପକ ବ୍ୟବସ୍ଥା ପାଇଁ ନିଷ୍ପତ୍ତି ହୋଇଛି। ୩୧ ତାରିଖ ପହୁଡ଼ ପରେ ପରେ ରାତି ୧ ରୁ ଶ୍ରୀମନ୍ଦିର ଦ୍ବାରଫିଟା ନୀତି ହେବ। ଏହା ପରେ ଅନ୍ୟାନ୍ୟ ନୀତିକାନ୍ତି ସହ ଭକ୍ତଙ୍କୁ ଦର୍ଶନ ସୁଯୋଗ ଦେବାକୁ ନିଷ୍ପତ୍ତି ହୋଇଛି। ସେପଟେ ଭକ୍ତଙ୍କ ପାଇଁ ସିଂହଦ୍ବାରରୁ ମାର୍କେଟ୍‌ ଛକ ପର୍ଯ୍ୟନ୍ତ ଛାୟାପ୍ରଦ ସେଡ୍‌ ସହ ପିଇବା ପାଣିର ବ୍ୟବସ୍ଥା କରିବାକୁ ଯୋଜନା କରାଯାଇଛି। ‌ ଡିସେମ୍ବର ୩୧, ଜାନୁଆରି ୧ ଓ ୨ ତାରିଖ, ଏଭଳି ୩ ଦିନ ସିଂହଦ୍ବାରରୁ ମାର୍କେଟ୍‌ ଛକ ପର୍ଯ୍ୟନ୍ତ ସମସ୍ତ ଉଠା ଦୋକାନୀଙ୍କୁ ହଟାଇବାକୁ ନିଷ୍ପତ୍ତି ନିଆଯାଇଛି । ଏହି ଅଞ୍ଚଳକୁ ନୋ ଭେଣ୍ଡିଂ ଜୋନ୍‌ କରିବାକୁ ନିଷ୍ପତ୍ତି ହୋଇଛି। ସେ‌ପଟେ ଶ୍ରୀମନ୍ଦିର ଭିତରେ ଓ ବାହାରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଥିବା ଏସ୍‌ପି ଡ. କେ. ବିଶାଲ ସିଂହ କହିଛନ୍ତି। ସେହିଭଳି ଟ୍ରାଫିକ ବ୍ୟବସ୍ଥା ଓ ବେଳାଭୂମି ଭିଡ଼ ଉପରେ ବି ସ୍ବତନ୍ତ୍ର ନଜର ରଖାଯାଇଥିବା ଡ. ସିଂହ କହିଛନ୍ତି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ପାଇଁ ନିୟୋଜିତ ଭାରୀଯାନ ଚଳାଚଳ ୩୧ ତାରିଖରୁ ୨ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି।

Breaking News