ରିପୋର୍ଟ କାର୍ଡ / ଭୁବନେଶ୍ୱର
‘ପଢ଼ିବା ଗଢ଼ିବା ଓଡ଼ିଶା’ ପଠନ ଅଭିଯାନ ଅଧୀନରେ ରାଜ୍ୟର ସମସ୍ତ ପିଏମ୍ଶ୍ରୀ ବିଦ୍ୟାଳୟରେ ପଠନ ପ୍ରୋତ୍ସାହନ ସପ୍ତାହ ପାଳନ କରାଯିବ। ଆଜିଠାରୁ ୧୦ ତାରିଖ ପର୍ଯ୍ୟନ୍ତ ବିଦ୍ୟାଳୟସ୍ତରରେ ଏହି କାର୍ଯ୍ୟକ୍ରମ ହେବ। ଏହାପରେ ଜିଲାସ୍ତରୀୟ ପଠନ ନବସୃଜନ ପ୍ରଦର୍ଶନ ଏବଂ ଏକ ରାଜ୍ୟସ୍ତରୀୟପଠନ ଉତ୍କର୍ଷ ମେଳା କରାଯିବ। ବିଦ୍ୟାଳୟସ୍ତରରେ ହେବାକୁ ଥିବା ୫ ଦିନିଆ କାର୍ଯ୍ୟକ୍ରମରେ ୪ ଦିନ ଶ୍ରେଣୀଗୃହ କାର୍ଯ୍ୟକ୍ରମ ଏବଂ ଗୋଟିଏ ଦିନ ପ୍ରଦର୍ଶନୀ ପାଇଁ ସ୍ଥିର କରାଯାଇଛି।ବିଦ୍ୟାଳୟ ସମୟରେ କ୍ଲାସକୁ ପ୍ରଭାବିତ ନ କରି ଏହି କାର୍ଯ୍ୟକ୍ରମ ହେବ। ପ୍ରତ୍ୟେକ ପିଏମ୍ଶ୍ରୀ ବିଦ୍ୟାଳୟକୁ ଏଥିପାଇଁ ୪୦ ହଜାର ଟଙ୍କା ଆବଣ୍ଟନ କରାଯାଇଛି। ପଠନ ସାମଗ୍ରୀ ସଂଗ୍ରହ ପାଇଁ ୨୫ ହଜାର ଏବଂ ବିଦ୍ୟାଳୟସ୍ତରୀୟ କାର୍ଯ୍ୟକ୍ରମ ନିମନ୍ତେ ୧୫ ହଜାର ଟଙ୍କା ଖର୍ଚ୍ଚ ହେବ। ୨୦୨୫-୨୬ ଆର୍ଥିକ ବର୍ଷରେ ୭୬୨ ପିଏମ୍ଶ୍ରୀ ବିଦ୍ୟାଳୟ ପାଇଁ ଏହି ପାଣ୍ଠି ବିନିଯୋଗ ହେବ। ଏନେଇ ଓସେପା ପକ୍ଷରୁ ସବୁ ଜିଲା ଶିକ୍ଷା ଅଧିକାରୀଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଯାଇଛି।






More Stories
ବଜେଟ ରେ ସଂସ୍କାର କୁ ଗୁରୁତ୍ବ…..
ବିଜେଡିକୁ ବାହୁଡ଼ିବେ ଅରବିନ୍ଦ!…..
ରାଜଧାନୀରେ ଯୁବତୀଙ୍କୁ ଅପହରଣ : ଜଣେ ଗିରଫ…..