ରିପୋର୍ଟ କାର୍ଡ / ମୁମ୍ବାଇ
ମହାରାଷ୍ଟ୍ରରେ ପେଟ୍ରୋଲ ଦର କମିଲା। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ତୈଳ ଉପରେ ଭାଟ ହ୍ରାସ କରିଛନ୍ତି । ଫଳରେ ପେଟ୍ରୋଲ ଦର ଲିଟର ପ୍ରତି ୫ ଟଙ୍କା ଏବଂ ଡିଜେଲ ଲିଟର ପ୍ରତି ୩ ଟଙ୍କା ହ୍ରାସ ପାଇଛି। ରାଜ୍ୟ କ୍ୟାବିନେଟରେ ଏ ସମ୍ପର୍କରେ ନିଷ୍ପତ୍ତି ହୋଇଛି। ବାର୍ଷିକ ୬୦୦୦ କୋଟି ଟଙ୍କା ଭାଟ ହ୍ରାସ କରାଯାଇଛି। ଅର୍ଥାତ ଏହି ଆର୍ଥିକ ବୋଝ ରାଜ୍ୟ ସରକାର ବହନ କରିବେ। ଆସନ୍ତାକାଲିଠାରୁ ରାଜ୍ୟର ନୂଆ ଦର ଲାଗୁ ହେବ ବୋଲି ମୁଖ୍ୟମନ୍ତ୍ରୀ ସିନ୍ଦେ କହିଛନ୍ତି । ଶିବସେନା-ବିଜେପି ମିଳିତ ସରକାରରେ ଏହି ନିଷ୍ପତ୍ତି ନିଆଯାଇଥିବା ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ କହିଛନ୍ତି। ବର୍ତ୍ତମାନ ମହାରାଷ୍ଟ୍ରରେ ପେଟ୍ରୋଲ ଲିଟର ପ୍ରତି ୧୧୧ ଟଙ୍କା ଥିବା ବେଳେ ଡିଜେଲ ୯୮୭ ଟଙ୍କା ରହିଛି। ରାଜ୍ୟର ଶାସନ ଭାର ନେବା ପରେ ଏକନାଥ ସିନ୍ଦେ କିଛି ଦିନ ତଳେ ତୈଳ ଉପରରୁ ରାଜ୍ୟ ସରକାର ଭାଟ ହ୍ରାସ ନେଇ ଘୋଷଣା କରିଥିଲେ।






More Stories
ଦେଶରେ ସଂସ୍କାର ଏକ୍ସପ୍ରେସ୍ ଆରମ୍ଭ…..
ଶରଦ ପାଓ୍ବାରଙ୍କୁ ଝଟକା:ଅଜିତ ଯିବା ପରେ ବଦଳିଗଲା NCP!…..
“ହମ୍ପଟି ଡମ୍ପଟି ବଜେଟ”……