Report Card Odisha

| Daily Odia News

ଆଜିଠୁ ଜି-୨୦ ସମ୍ମିଳନୀ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆଜିଠାରୁ ଜି-୨୦ ସମ୍ମିଳନୀ ଆରମ୍ଭ ହେବ। ଭୁବନେଶ୍ୱର ଆଇଏମଏମଟି ପରିସରରେ ଆସନ୍ତାକାଲି ଜି-୨୦ ଭାରତ ‘ଭବିଷ୍ୟତର କାର୍ଯ୍ୟଶୈଳୀ ଓ ଦକ୍ଷତା’ ପ୍ରଦର୍ଶନୀକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା, ଏଆଇ, ମେଟା ଭର୍ସ, ଅଟୋମେସନ, ମେସିନ ଲର୍ଣ୍ଣି ଇତ୍ୟାଦି ଉପରେ ଆଲୋଚନା ହେବ। ଭାରତର ଅନ୍ତରାଷ୍ଟ୍ରୀୟ ସହଭାଗିତାକୁ ସୁଦୃଢ଼ କରିବା ସହ ଭବିଷ୍ୟତର କାର୍ଯ୍ୟଶୈଳୀକୁ ନେଇ ଢାଞ୍ଚା ପ୍ରସ୍ତୁତ କରିବା ଦିଗରେ ଏହି ବିଚାରବିମର୍ଷରେ ଅଧିକ ଗୁରୁତ୍ୱ ଦିଆଯିବ। ଓଡ଼ିଶାରେ କଥାବସ୍ତୁ ‘ଭବିଷ୍ୟତର କାର୍ଯ୍ୟ’ ରହିଥିବା ବେଳେ ଜିଲାଗୁଡ଼ିକରେ ଉଭା ହେଉଥିବା କୌଶଳ ଆବଶ୍ୟକତା ଓ ନିରନ୍ତର ଦକ୍ଷତା ବିକାଶ, ରି-ସ୍କିଲିଂ ଏବଂ ଅପ-ସ୍କିଲିଂର ଆବଶ୍ୟକତା ଉପରେ ବ୍ୟାପକ ବିଚାରବିମର୍ଷ କରି ସବୁଠି ପହଞ୍ଚାଇବା ପାଇଁ ଯୋଜନା କରିବା ନେଇ କେନ୍ଦ୍ରମନ୍ତ୍ରୀଙ୍କ କଳ୍ପନା ରହିଛି। ବିଶ୍ୱରେ ଦ୍ରୁତ ଗତିରେ ବୈଷୟିକ କ୍ଷେତ୍ରରେ ପରିବର୍ତ୍ତନ ହେଉଛି । ଅଟୋମେସନ ଓ ଡିଜିଟାଲ ଟେକ୍ନୋଲୋଜିକୁ ନେଇ ଭାରତ ଆଗକୁ ବଢୁଛି। ସେଥିପାଇଁ ଆଗାମୀ ଭବିଷ୍ୟତ ପାଇଁ ଅତି କୁଶଳୀ, ଦକ୍ଷ ଓ କର୍ମଯୋଗୀ ମାନବ ସମ୍ବଳର ଆବଶ୍ୟକତା ରହିଛି, ଯେଉଁମାନେ ସବୁ ସମ୍ଭାବନାକୁ ସାଥୀରେ ନେଇ ପ୍ରଗତି ସହ ତାଳ ଦେଇ ଆଗକୁ ବଢିପାରିବେ। ପ୍ରଗତିଶୀଳ ସବୁ ସମ୍ଭାବନାକୁ ସାକାରର ରୂପ ଦେଇପାରିବେ । ଏଥିପାଇଁ ଭାରତ ଜି-୨୦ ଅଧ୍ୟକ୍ଷତା ପ୍ରତିବଦ୍ଧ ବୋଲି ଶ୍ରୀ ପ୍ରଧାନଙ୍କ ପକ୍ଷରୁ କୁହାଯାଇଛି।

Breaking News