Report Card Odisha

| Daily Odia News

ଜି-୨୦ ପାଇଁ ସର୍ବଦଳୀୟ ବୈଠକ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଡିସେମ୍ବର୧ ରୁ ଭାରତ ଜି-୨୦ ରାଷ୍ଟ୍ରଗୋଷ୍ଠୀର ଅଧ୍ୟକ୍ଷତା ପଦ ଗ୍ରହଣ କରିଛି। ଏକ ବର୍ଷ ପାଇଁ ଭାରତ ଏହି ଦାୟିତ୍ବ ଗ୍ରହଣ କରିବ। ଏହି କାର୍ଯ୍ୟକାଳ ସମୟରେ ଆବଶ୍ୟକ ରଣନୀତି ପ୍ରସ୍ତୁତ କରିବା ଲାଗି ଆଜି ସରକାରଙ୍କ ପକ୍ଷରୁ ସର୍ବଦଳୀୟ ବୈଠକ ଡକାଯାଇଛି। ଏହି ବୈଠକକୁ ୪୦ଟି ରାଜନୈତିକ ଦଳର ଅଧ୍ୟକ୍ଷଙ୍କୁ ନିମନ୍ତ୍ରଣ କରାଯାଇଛି। ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଜୋଷୀ ଉପସ୍ଥିତ ରହିବେ। ରାଷ୍ଟ୍ରପତି ଭବନରେ ଏହି ବୈଠକ ଅନୁଷ୍ଠିତ ହେବ। ଅନ୍ୟପଟେ ଜି-୨୦ର ପ୍ରଥମ ସେରପା ବୈଠକ ରବିବାର ଠାରୁ ରାଜସ୍ଥାନ ଜୟପୁରରେ ଆରମ୍ଭ ହୋଇଛି। ଏହି ବୈଠକ ୪ଦିନ ଧରି ଡିସେମ୍ବର ୭ ପର୍ଯ୍ୟନ୍ତ ଚାଲିବ। ବୈଠକରେ ବିଭିନ୍ନ ବୈଶ୍ବିକ ପ୍ରସଙ୍ଗରେ ଆଲୋଚନା ହେବ। ଅଭିତାଭ କାନ୍ତ ଜି-୨୦ର ଅତିଥିଙ୍କୁ ନିମନ୍ତ୍ରଣ କରିଛନ୍ତି। ଜି-୨୦ ଅଧ୍ୟକ୍ଷତା କାଳରେ ଭାରତ ୫୫ଟି ସହରରେ ୨୦୦ଟି ବୈଠକ ଆୟୋଜନ କରିବ।

 

 

Breaking News